ବିପର୍ଯ୍ୟୟ ପ୍ରଶମନ ଦିବସରେ ପ୍ରାକ୍ ପ୍ରସ୍ତୁତି ପାଇଁ ଶପଥ ପାଠ

0 2

ଅକ୍ଟୋବର ୨୯ ତାରିଖ ରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଏକ ଶପଥ ପାଠ କରାଇଥିଲେ l ଯେ କୌଣସି ପ୍ରକାର ବିପର୍ଯ୍ୟୟ ସମୟରେ ଧନ ଜୀବନ କ୍ଷୟକ୍ଷତି କୁ ରୋକିବା, ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିବା , ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ସଚେତନତା ସୃଷ୍ଟି କରିବା ସଂକଳ୍ପ ନେଇ ସମସ୍ତେ ଶପଥ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀଯୁକ୍ତ ମୁକ୍ତେଶ୍ଵର ପାଣିଗ୍ରାହୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରିଥିଲେ l କରୋନା କଟକଣା ଯୋଗୁଁ କୌଣସି ସଭାସମିତି ନ କରି କେବଳ ଶପଥ ଗ୍ରହଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.