ବିବାଦ ଘେରରେ ବ|ଉଁଶୁଣୀ ଥାନା ଅଧିକାରୀ

0 31

ସୁବର୍ଣ୍ଣପୁର : ବାଉଁଶୁଣି ଥାନା ଅଧିକାରୀ ସବୁବେଳେ ବିବାଦ୍ ଘେରରେ l ଫଳ ଦୋକାନୀଙ୍କ ମୁହଁକୁ ଫଳ ଫିଙ୍ଗିବା ଘଟଣା ହେଉ କି ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାପୁଡ଼ା ମାରିବା ଘଟଣା ହେଉ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି | ତାଙ୍କର ଦବଙ୍ଗଗିରୀ କାରନାମାର ଅନେକ ଘଟଣା ଜନ ମାନସକୁ ଆସି ମଧ୍ୟ ପାରୁନାହିଁ l ନିଜ କ୍ଷମତା ଅପବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ନିଜେ ମାଡମାରି ସାରିବା ପରେ ପ୍ରତିପକ୍ଷ ମହିଳାଙ୍କ ଦ୍ବାରା ଥାନା ମଧ୍ୟରେ ଚପଲରେ ମାଡ ମରାଇବା ଭଳି ଏକ ପୁରୁଣା ଘଟଣା ଗତକାଲି ଲୋକ ଲୋଚନକୁ ଆସିଛି l ପୀଡିତ ବ୍ୟକ୍ତି ଜଣକ ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁଯାୟୀ ବାଉଁଶୁଣି ଥାନା ଅଁଳାପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମର ରବୀନ୍ଦ୍ର ପୃଷ୍ଟିଙ୍କ ପରିବାର ନାମରେ ଘରବାରୀ ଜମି ବିବାଦକୁ ନେଇ ଜଣେ ମହିଳା ବାଉଁଶୁଣି ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାୟୀ ବାଉଁଶୁଣି ଥାନା କେସ ନଂ 56/21 ରେ ପଂଜିକରଣ କରି ବିନା ତଦନ୍ତରେ ରବିନ୍ଦ୍ର ପୃଷ୍ଟି ଓ ସ୍ବାଧୀନ ପୃଷ୍ଟିଙ୍କୁ କୋର୍ଟ ଚାଲାଣ କରିଥିଲେ | ଉଭୟେ କିଛି ଦିନ ବିଚାର ବିଭାଗୀୟ ହାଜତରେ ରହି ଅଦାଲତରୁ ଜାମିନରେ ଆସିଥିଲେ l ସେମାନେ ଜାମିନରେ ଆସିବା ପରେ ବାଉଁଶୁଣି ଥାନା ଅଧିକାରୀ ସୁବାଷ ରାୟଗୁରୁ ଗତ ଜୁନ୍ 6 ତାରିଖ ସନ୍ଧ୍ୟାରେ ଥାନାକୁ ଡକାଇ ରାତି ପର୍ଯ୍ୟନ୍ତ ଥାନାରେ ବସାଇ ନିଜେ ଶ୍ରୀ ରାୟଗୁରୁ ରବିନ୍ଦ୍ରଙ୍କୁ ମାଡ ମାରିଥିଲେ l କେବଳ ସେତିକି ନୁହେଁ ତାଙ୍କ ନାମରେ ମାମଲା ରୁଜୁ କରିଥିବା ମହିଳାଙ୍କୁ ଡକାଇ ରବିନ୍ଦ୍ର ପୃଷ୍ଟିଙ୍କୁ ମନଇଛା ଚପଲରେ ମାରିବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଣମାଧ୍ୟମ ଆଗରେ ରବିନ୍ଦ୍ର ପ୍ରକାଶ କରିଛନ୍ତି l ପ୍ରତିପକ୍ଷ ମହିଳା ମଧ୍ୟ ଶ୍ରୀ ରାୟଗୁରୁଙ୍କ ନିର୍ଦ୍ଦେଶରେ ଉତ୍ସାହିତ ହୋଇ ଥାନା ମଧ୍ୟରେ ଥାନା ଅଧିକାରୀ ଓ କିଛି କର୍ମଚାରୀଙ୍କ ଆଗରେ ରବିନ୍ଦ୍ରଙ୍କ ଗାଲ ଓ ମୁହଁରେ 10/12 ଚପଲ ପିଟିଥିବା ଲିଖିତ ଭାବେ ଗତକାଲି ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୀଡିତ ଅଭିଯୋଗ କରିଛନ୍ତି | ସେମାନଙ୍କ ପରିବାର ଗତ 5 ମାସ ଧରି ଭୟ ଆଶଂକା ଓ ମାନସିକ ଚାପରେ କାଳାତିପାତ କରୁଥିବା କହିଛନ୍ତି l ଏ ସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୀଡିତଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି l
ପୋଲିସ୍ ସାଧାରଣ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାକଥା ମାତ୍ର ଅଭିଯୋଗ ଯଦି ସତ୍ୟ ହୁଏ ତେବେ ଲୋକଙ୍କ ଧନ ଜୀବନ ଓ ଜୀବନ ଜୀବିକାକୁ ପୋଲିସ ବିପନ୍ନ କରେ ତେବେ ଲୋକେ କାହାକୁ ଭରସା କରିବେ ବୋଲି ଜନସାଧାରଣରେ ଆଲୋଚନା ହେଉଛି |ଏଠାରେ ପ୍ରଶ୍ନ ଉଠୁଛି ପୋଲିସକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ସରକାର 5T ଓ ମୋ ସରକାର ଆଦି କେତେ ବିଭାଗ ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏଠାରେ କଣ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକ କାମ କରୁନାହିଁ କି ??? ବାରମ୍ବାର ଅଭିଯୋଗ ସତ୍ବେ ସରକାର ଏସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଆଲୋଚନା ହେଉଛି |ଏଠାରେ ଦେଖିବାକୁ ବାକି ରହିଲା, ରବିନ୍ଦ୍ରଙ୍କ ଅଭିଯୋଗର ତଦନ୍ତ କେଉଁ ଦିଗକୁ ଯାଉଛି ନା ବ|ଉଁଶୁଣୀ ଥାନା ଆଇ ଆଇ ସି ଜିଲ୍ଲା ପୋଲିସ ର ଗେଲ୍ହା ପୁଅ ସାଜିଛି | ତାହା ଦେଖିବାକୁ ବାକି ରହିଲା |

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.