ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ଭର୍ତ୍ତି : ଅଚିନ୍ତା ନିଦ୍ରାରେ ପୈାରପରିଷଦ

0 6

ସୁବର୍ଣ୍ଣପୁର : ମନ୍ଦିର ମାଳିନି ସୋନପୁର ସହର ରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରହସନରେ ପରିଣିତ ହୋଇଛି । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନ ରେ ଅଳିଆ ଗଦା ହୋଇ ରହୁଥିବା ବେଳେ ଅସରାଏ ବର୍ଷାରେ ସ୍ଥାନୀୟ ଅଂଚଳରେ ବିଭିନ୍ନ ଜାଗାରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମୁଛି । ଫଳରେ ବର୍ଷା ପାଣି ସହ ଅଳିଆ ଆବର୍ଜନା ମଧ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି । ହେଲେ ପୈାରପରିଷଦ ଏଥିପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେଇଛି । କରୋନା ମହାମାରୀ ଆତଙ୍କ ରହିଥିଲା ବେଳେ ଏଭଳି ପୁତିଗନ୍ଧମୟ ପରିବେଶ ଏହି ସମୃଦ୍ଧ ଅଂଚଳକୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ମହାମାରୀ ବ୍ୟାପିବାର ଆଶଙ୍କା ସୃଷ୍ଟି କରିଛି । ହେଲେ ପୈାରପରିଷଦ ପକ୍ଷରୁ ଉକ୍ତ ସ୍ଥାନରେ ଅଳିଆ ଆବର୍ଜନା ଗଦା ହେଉଥିଲେ ମଧ୍ୟ ତାହା ନିୟମିତ ଭାବେ ଉଠାଯାଉନାହିଁ । ଏହା ସୋନପୁର ବ୍ଲକ ଛକ ସହରର ଏକ ପ୍ରମୁଖ ପ୍ରବେଶ ପଥ ହୋଇଥିବା ବେଳେ ଏହାର ଏଭଳି ଅବସ୍ଥାକୁ ନେଇ ସ୍ୱଚ୍ଛତାର ବାର୍ତ୍ତା ବହନ କରୁଥିବା ପୈାରପରିଷଦ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ତେବେ ବାତ୍ୟା ଗୁଲାବର ପ୍ରଭାବରେ ବର୍ଷାକୁ ମଧ୍ୟ ଦୃଷ୍ଟି ଦେଇ ପୈାରପରିଷଦ ପକ୍ଷରୁ ଏଠାରୁ ଅଳିଆ ଉଠାଯିବା ପାଇଁ ତତ୍ପରତା ଦେଖିବାକୁ ମିଳିନଥିଲା । ଅଚିନ୍ତା ନିଦ୍ରାରେ ସୋନପୁର ପୈାରପରିଷଦ ରହିଥିବା ବେଳେ ଏହି ମଇଳା ପରିବେଶ କୁ ଲାଗି ଅନେକ ବାସଗୃହ ରହିଛି । ଏହାବ୍ୟତୀତ ବ୍ଲକ ଛକ କୁଞ୍ଜ ହୋଟେଲ ଛକ ଏହା ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଆତଯାତ ସମୟରେ ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟି ପଡୁଛି । ସାଧାରଣତଃ ଏହି ରାସ୍ତା ଉପରେ ବାହାର ଜିଲ୍ଲା ର ଲୋକେ ଯିବାଆସିବା ପାଇଁ ଅଧିକ ମାତ୍ରାରେ ନିର୍ଭରଶୀଳ । ଅନ୍ୟପକ୍ଷେ ସହର ର କିଛି ଡ୍ରେନ ପୋତି ହୋଇଯିବା ଫଳରେ କିଛି ଡ୍ରେନ ଉପର ଜବର ଦଖଲ ହୋଇଯିବା ଫଳରେ ଅସରାଏ ବର୍ଷାରେ ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ଏଭଳି ସ୍ଥିତିରେ ସହରବାସୀଙ୍କ ମୈାଳିକ ସେବାର ଦାୟିତ୍ୱ ମୁଣ୍ଡାଇଥିବା ସୋନପୁର ପୈାରପରିଷଦ ନିରବଦ୍ରଷ୍ଟା ସାଜିଛି, ଆଉ ମଝିରେ ଦହଗଞ୍ଜ ହେଉଛନ୍ତି ସ୍ଥାନୀୟ ଅଂଚଳବାସୀ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.