ବିରଜାକୃପା ସାହିତ୍ୟ ପରିବାରର ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

0 22

ବିରଜାକୃପା ସାହିତ୍ୟ ପରିବାର ତରଫରୁ ମାସିକ ସାହିତ୍ୟ ଆଲୋଚନା ଚକ୍ର ଗୁଗଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନ ର ସଭାନେତ୍ରୀ ବିଦ୍ୟୁତପ୍ରଭା ମିଶ୍ର ଓ ସମ୍ପାଦକ ବୈଦ୍ୟନାଥ ପଣ୍ଡାଙ୍କ ଆହ୍ୱାନ କ୍ରମେ ଏଇ ଆସରର ଶୁଭାରମ୍ଭ ହୋଇଥିଲା।ଅନୁଷ୍ଠିତ ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତ୍ତନ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ପ୍ରଫୁଲ କୁମାର ରଥ ଅଂଶ ଗ୍ରହଣ କରି ଓଡ଼ିଆ ସାହିତ୍ୟର ଦିଗଦର୍ଶନରେ ଶ୍ରୀଜଗନ୍ନାଥ ସଂସ୍କୃତି ର ଭୂମିକା “ଶୀର୍ଷକ ରେ ଆଲୋଚନା କରିଥିଲେ। ଏଥିସହ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼ଃ ନୃସିଂହ ଷଡ଼ଙ୍ଗୀ, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଶ୍ରୀ କୈଳାଶ ଚନ୍ଦ୍ର ପାଢ଼ୀ, ଶ୍ରୀ ବିଶେଶ୍ୱର ମାଝୀ ଓ ଶ୍ରୀମତୀ ବିନୋଦିନୀ ଦାଶ ସମ୍ୟକ ଆଲୋଚନାରେ ଭାଗ ନେଇଥିଲେ। ସଭାକାର୍ଯ୍ୟ ଆରମ୍ଭରୁ ପ୍ରଥମେ ବଲାଙ୍ଗୀର ରୁ ଶ୍ରୀମତୀ ପାର୍ଥବୀ ଗୁରୁ ଆବାହନୀ ସଙ୍ଗୀତ ପରିବେଷଣ କରି ସମଗ୍ର ସଭାକୁ ଭକ୍ତି ରସରେ ପ୍ଲାବିତ କରିଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାନେତ୍ରୀ ଶ୍ରୀମତୀ ବିଦ୍ୟୁତପ୍ରଭା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସମ୍ପାଦକ ବୈଦ୍ୟନାଥ ପଣ୍ଡା ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ସହ ସମ୍ପାଦିକା ଶ୍ରୀମତୀ ଅନୁପମା ରଣା ଧନ୍ୟବାଦ ଅର୍ପଣ କରିବା ସହିତ ପଣ୍ଡିତ ଅଭୟ କୁମାର ତ୍ରିପାଠୀ ଶର୍ମା ବେଦମନ୍ତ୍ର ଓ ଶାନ୍ତିପାଠ କରିଥିଲେ।ଅନୁଷ୍ଠାନର ଉପ ସଭାପତି ସତ୍ୟରଞ୍ଜନ ସ୍ୱାଇଁ ସଭକାର୍ଯ୍ୟକୁ ସୁଚାରୁରୂପେ ସଂଚାଳନ କରିଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ଶତାଧିକ ସାହିତ୍ୟ ପ୍ରେମୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ଯାଜପୁର ଇପିଏ ରୁସୁରେଶ କରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.