ବିରାଜିଲେ ମା ଦଶଭୂଜା କରୋନା ଛଡାଇନେଇଛି ଉତ୍ସାହ, ଖାଁ ଖାଁ ପୂଜା ମଣ୍ଡପ

0 3

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା l ସୌନ୍ଦର୍ଯ୍ୟ ଓ ସଂସ୍କୃତିର ସହର ସୁବର୍ଣ୍ଣପୁର ରେ ପୂଜା ମଣ୍ଡପ ଗୁଡିକ ରେ ମା ଦଶଭୁଜାଙ୍କ ସୋମବାର ଠାରୁ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଛି । ସବୁଠି ଅହୋରାତ୍ର ଚଣ୍ଡୀପାଠ ଚାଲିଛି l ଯଜ୍ଞରେ ଆହୁତି ଦିଆଯାଉଛି । ଚତୁର୍ଦିଗ ମା ମା ଶବ୍ଦରେ ଫାଟି ଉଠିଛି ହେଲେ କରୋନା ରୂପକ ମହାମାରୀ ଯୋଗୁ ପୂର୍ବଭଳି ଶ୍ରଦ୍ଧାଳୁଙ୍କ ମହଲରେ ସେ ଉତ୍ସାହ ଓ ଉଦ୍ଦୀପନା ଆଉ ଦେଖାଯାଉନାହିଁ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ସତେକି ଯେପରି ପ୍ରାଚୀର ହୋଇ ଠିଆହୋଇଛିl ଖାଁ ଖାଁ ହୋଇଯାଇଛି ପୂଜା ମଣ୍ଡପ l ପରଦା ଆଢୁଆଳରେ ମା ଦୁର୍ଗାଙ୍କ ଆରାଧନା କରୁଛନ୍ତି । କେବଳ ବିଧି ରକ୍ଷା ନିମନ୍ତେ ପୂଜା କରାଯାଉଛି l ସ୍ୱଳ୍ପସଂଖ୍ୟକ ଶ୍ରଦ୍ଧାଳୁମାନେ ମଣ୍ଡପମୁହାଁ ହୋଇଛନ୍ତିl କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମଣ୍ଡପ ନିକଟରେ ପୂଜା କମିଟିର ସଦସ୍ୟମାନେ ଜଗି ରହିଛନ୍ତି ସବୁରି ମୁହଁରେ କେବଳ ଗୋଟିଏ କଥା, ଗତବର୍ଷ ପରି ଏଥରକ ମଧ୍ୟ ଦଶହରା ପାଣିଚିଆ ହୋଇଗଲା । ସଦର ସହରାଞ୍ଚଳର ବ୍ଲକଛକ ର ଟିକିରିପଡା,ଦୁର୍ଗାମଣ୍ଡପଛକ,ଥନାପତିପଡା,ଗୁଣ୍ଡିଚାମନ୍ଦିର ପ୍ରମୁଖ ପୂଜା କମିଟି ତରଫରୁ ନିରାଡ଼ମ୍ବରରେ ଆୟୋଜିତ ହୋଇଛି ମା ଜଗତଜନନୀଙ୍କ ପୂଜା l ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ କଳସ ଶୋଭାଯାତ୍ରା, ବିଲ୍ୱଧିବାସ ଆଦି କରାଯାଇଥିଲା । ମଣ୍ଡପରେ କର୍ତ୍ତା, ପୂଜକ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ହୋଇ ମାଙ୍କୁ ଆବାହନ କରିଛନ୍ତି କରୋନା କଟକଣା ମଧ୍ୟରେ l ମା ମଧ୍ୟ ନିଜ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଧରିତ୍ରୀରେ ପାଦ ଥାପିଛନ୍ତି । ସମସ୍ତ ପୂଜାମଣ୍ଡପରେ ସୋମବାର ଦିନ ମାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛିl ମଙ୍ଗଳବାର ମାଙ୍କ ସପ୍ତମୀ ଓ ଚକ୍ଷୁ ଦର୍ଶନ ବୁଧବାର ମହାଷ୍ଟମୀ ଏବଂ ଗୁରୁବାର ଓ ଶୁକ୍ରବାର ଯଥାକ୍ରମେ ମହାନବମୀ ଓ ବିଜୟା ଦଶମୀ ପୂଜା ଅନୁଷ୍ଠିତ ହେବ ଏହାପରେ ଶନିବାର ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ ବୋଲି ଜଣାପଡିଛି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ଫିକା ପଡିଯାଇଛି ଦଶହରା ବେଲି କହନ୍ତି ମାଁଙ୍କ ଭକ୍ତ ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.