ବିଶ୍ଵ ଏଡସ୍ ଦିବସ-୨୦୨୧ ପାଳନ

0 7
 ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟରେ ବିଶ୍ଵ ଏଡସ ଦିବସ -୨୦୨୧ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରୁ ଏଡସ୍ ସଚେତନତା ଯାନ ପରିକ୍ରମା କାର୍ଯ୍ୟକ୍ରମ ଶୁଭାରମ୍ଭ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ବରଂଜନ ପତି ଓ ସିନିୟର୍ ସିଭିଲ୍ ଜଜ୍,ସିଭିଲ କୋର୍ଟ ଖୋର୍ଦ୍ଧା ଶ୍ରୀ ଦିଲିପ୍ କୁମାର ସାହୁ କରିଥିଲେ।ଏହି ସଚେତନତା ଯାନ ଖୋର୍ଦ୍ଧା ପୌରାଞ୍ଚଳ ଓ ବିଭିନ୍ନ ବ୍ଲକ୍ ପରିକ୍ରମା କରିବ।   ବିଶ୍ଵ ଏଡସ୍ ଦିବସ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ବରଂଜନ ପତି ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସିନିୟର୍ ସିଭିଲ ଜଜ୍,ସିଭିଲ କୋର୍ଟ ଖୋର୍ଦ୍ଧା ଶ୍ରୀ ଦିଲିପ୍ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେ କହିଥିଲେ ବିଶ୍ଵ ଏଡ୍ସ ଦିବସ ୧୯୮୮ ମସିହାରୁ ବିଶ୍ଵ ସ୍ତରରେ ପାଳନ କରାଯାଉଅଛି।ଏଡ୍ସ ନିୟନ୍ତ୍ରଣ କରିବା,ସଂକ୍ରମଣକୁ ରୋକିବା ଏବଂ ଲୋକମାନଙ୍କୁ ସଚେତନ କରିବା ପାଇଁ ଗୁରୁତ୍ବ ଦିଆଯାଉଛି।ଚଳିତ ବର୍ଷ ବିଶ୍ଵ ଏଡ୍ସ ଦିବସର ବିଷୟ ସମ୍ପର୍କରେ ସେ ଆଲୋକପାତ କରିଥିଲେ।ଏଡ୍ସ ରୋଗୀ ମାନଙ୍କର ଆବଶ୍ୟକ ଚିକିତ୍ସା କରିବା,ଅନ୍ୟ ରୋଗୀ ମାନଙ୍କ ପରି ସମାନ ସୁଯୋଗ ଦେବା ଓ ସେମାନଙ୍କୁ ସହଯୋଗ କରିବା ପାଇଁ କହିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ବରଂଜନ ପତି କହିଥିଲେ ୨୦୩୦ ସୁଦ୍ଧା ବିଶ୍ବରେ ସଂପୂର୍ଣ୍ଣ ଏଡ୍ସ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ରହିଛି ଏବଂ ସେଥିପାଇଁ କାର୍ଯ୍ୟକ୍ରମ କରାଯାଉଛି।ଆମେ ନିଜେ ସଚେତନ ହେବା ସହ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ। ସ୍ପେସାଲ୍ ଯୁଡିଶିଆଲ୍ ମାଜିଷ୍ଟ୍ରେଟ ସିଭିଲ କୋର୍ଟ, ଖୋର୍ଦ୍ଧା ଶ୍ରୀ ସୁରେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଲୋକମାନେ ସୁସ୍ଥ ରହିବା,ସ୍ବାସ୍ଥ୍ୟ ସଚେତନତା ଏବଂ ଏଡ୍ସ ରୋଗୀ ମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବାକୁ କହିଥିଲେ।ଏହି କାର୍ଯ୍ୟକ୍ରମରେ ବାର୍ ଆସୋସିଏସନ୍,ଖୋର୍ଦ୍ଧାର ସଭାପତି ଶ୍ରୀ ଅଜିତ୍ କୁମାର ପଟ୍ଟନାୟକ,ଜିଲ୍ଲା ନୋଡାଲ ଅଫିସର୍ ଏଡ୍ସ କଣ୍ଟ୍ରୋଲ ଡ଼ା ସୁବ୍ରତ କୁମାର ତ୍ରିପାଠୀ,ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ପାଢ଼ୀ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ଯୋଗ ଦେଇ ଏଡ୍ସ ନିୟନ୍ତ୍ରଣ ଓ ଜନ ସଚେତନତା ସମ୍ପର୍କରେ କହିଥିଲେ।ଶ୍ରୀ ବିଧାନ ଚନ୍ଦ୍ର ନାୟକ, ଡ଼ିପିଏମ୍ କାର୍ଯ୍ୟକ୍ରମ ସଂଯୋଜନା ଓ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ କରିଥିଲେ। ଢାଲୁକ ଆଇନ୍ ସେବା କମିଟି,ସିଭିଲ କୋର୍ଟ, ଖୋର୍ଦ୍ଧା ର ସମ୍ପାଦକ ଶ୍ରୀ ବସନ୍ତ ଶତପଥୀ, ଆଡ଼ଭକେଟ୍ ଶ୍ରୀ ନିରଞ୍ଜନ ବାପ୍ସିଂ , ଏ ଏ ନେମ୍ ଟ୍ରେନିଂ ସେଣ୍ଟର୍ ର ଛାତ୍ରୀମାନେ ବିଶ୍ଵ ଏଡ୍ସ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.