ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ

ବାଲାଂଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ବର୍ବୋରିତ ଅତ୍ୟାଚାରକୁ ବିରୋଧ କରିବା ସହ ସେମାନଙ୍କ ସୁରକ୍ଷା , ନ୍ୟାୟ ତଥା କ୍ଷତିପୁରଣ ଦାବୀ କରିଛି ବିଶ୍ୱ ହିନ୍ଦୁ ପରିଷଦ । ଏହି ଅବସରରେ ବାଲାଂଦେଶୀ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାରକୁ ବନ୍ଦ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଡା. ଭବାନୀ ଶଙ୍କର ଦାସଙ୍କ ନେତୃତ୍ୱରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଜରିଆରେ ରଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୁଚନାଯୋଗ୍ୟ , ଆଫଗାନିସ୍ଥାନ ଉପରେ ତାଲିବାନୀଙ୍କ ଶାସନ ଆରମ୍ଭ ହେବା ଦିନଠାରୁ ଏହାର ପଡୋଶୀ ଦେଶମାନଙ୍କରେ ଜେହାଦୀ ଆତଙ୍କବାଦୀ ମାନଙ୍କର ଆକ୍ରମଣ ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲାଂଦେଶରେ ହିନ୍ଦୁମାନଙ୍କର ୧୫୦ରୁ ଉର୍ଦ୍ଧ ଦୁର୍ଗାପୁଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟ କରି ଦିଆଯିବା ସହ ନୂଆଖଲ୍ଲିର ଇସ୍କନ ମନ୍ଦିର , ଢାକାର ଢାକେଶ୍ୱର ମନ୍ଦିର , ବନ୍ଦରବନର ଲାମାହାରୀ ମନ୍ଦିର, ଚୌକ ବଜାରର କାଳୀ ମନ୍ଦିର ସମତେ ଅନେକ ମନ୍ଦିର ଗୁଡିକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି । ତେବେ ଉକ୍ତ ଘଟଣାକୁ ଦେଖି ହିନ୍ଦୁ ମାନଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗିଛି । ତେଣୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଲାଂଦେଶ ସରକାରଙ୍କୁ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ଦାବୀ କରାଯିବା ସହ ଏଭଳି ଘଟଣା ଗୁଡିକୁ ବନ୍ଦ କରିବା ପାଇଁ ବିଶ୍ୱ ସ୍ତରରେ ବାଲାଂଦେଶ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରାଯାଇଛି । ଏହା ସହିତ ସରକାର ଅଳ୍ପ ସଂଖ୍ୟକ ହିନ୍ଦୁ ମାନଙ୍କ ସୁରକ୍ଷା ଓ ନ୍ୟାୟ ଦାବୀ କରି ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲା । ତେବେ ତୁରନ୍ତ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନ ଆହୁରି ଜୋର ଧରିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଡା. ଭବାନୀ ଶଙ୍କର ଦାସ । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ସ୍ୱାଇଁ , ବିଶ୍ୱହିନ୍ଦୁ ପରିଷଦର ମହାନଗର ସଭାପତି ଡି. ପ୍ରସାଦ ରାଓ, ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା , ରାଜୀବ ନେତ୍ର ଖଡଙ୍ଗା,ସତସଙ୍ଗ ପ୍ରମୁଖ ଲଳିତ ମୋହନ ସେଠୀ , ପ୍ରଚାର ପ୍ରସାର ପ୍ରମୁଖ ନିଗମାନନ୍ଦ ଦାଶ , ସଞ୍ଜୁକ୍ତା କୁମାରୀ ପାଣିଗ୍ରାହୀ , ବିକ୍ରମ ନାୟକ , କାହ୍ନା ସାମନ୍ତରା , ରାମ ଦାସ , ଶିବଦତ୍ତ କୁମାର ଦାସ,ବିଷ୍ଣୁଦେବା, ଅମ୍ବୁଜା ସାହୁ ,ପଦ୍ମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )