ବିଶ୍ୱେଶ୍ୱର ଟୁଡୁ ଙ୍କ ଦ୍ବାରା ନୁତନ ବିଜେପି କାର୍ଯ୍ୟାଳୟ ର ଶୁଭ ଉଦଘାଟନ

0 6

ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଝାଡ଼ପୋଖରିଆ ଠାରେ ତା 2/11/2021 ରିଖ ମଙ୍ଗଳବାର ଦିନ ମଣ୍ଡଳ ସଭାପତି ଶ୍ରୀ ସପନ ପାଢୀ ଙ୍କ ପ୍ରଚେଷ୍ଟା ଏବଂ ବିଶେଷ ଅବଦାନ କ୍ରମେ ମାନ୍ୟବର ସଂସଦ ତଥା ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁକ୍ତ ବିଶ୍ୱେଶ୍ୱର ଟୁଡୁ ଙ୍କ ଦ୍ବାରା ନୁତନ ବିଜେପି କାର୍ଯ୍ୟାଳୟ ର ଶୁଭ ଉଦଘାଟନ କରାଯାଇଛି | ପ୍ରକାଶ ଥାଉକି ଏହି ଉଦଘାଟନ ଉତ୍ସବ ରେ ପ୍ରଥମେ ଶ୍ରୀ ଯୁକ୍ତ ବିଶ୍ୱେଶ୍ୱର ଟୁଡୁ ଙ୍କୁ ବିଜେପି କର୍ମୀ ମାନେ ସ୍ବାଗତ ସଂବର୍ଧନା ଜଣାଇ ଥିଲେ ଓ ପରେ ଶ୍ରୀ ଟୁଡୁ ନଡିଆ,ଧୂପ ଓ ଦ୍ବୀପ ରେ ପୁଜା ଅର୍ଚନା କରିବା ସହିତ ଫିତା କାଟି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ ଏବଂ ଭରତମାତ|,ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଫଟୋ ଉପରେ ମାଲ୍ୟାର୍ପଣ କରି ଦ୍ବୀପ ପ୍ରଜ୍ୱଳନ କରିଥିଲେ | ଉକ୍ତ ଉତ୍ସବ ରେ ସାରସକଣା ବିଧାୟକ ଶ୍ରୀ ଯୁକ୍ତ ବୁଢ଼ାନ୍ ମୁର୍ମୁ,ଜାତୀୟ ସୁରକ୍ଷା ବାହିନୀ ନିର୍ଦେଶକ ଶ୍ରୀ ଯୁକ୍ତ ସଞ୍ଜୀବ କୁମାର ମହାନ୍ତି,ସଂସଦ ପ୍ରତିନିଧି ଶ୍ରୀ ଯୁକ୍ତ ମନୋଜ କୁମାର ମହାନ୍ତ,ଜିଲ୍ଲା ସମ୍ପାଦକ ଓ ବିଧାୟକ ପ୍ରତିନିଧି ଶ୍ରୀ ଯୁକ୍ତ ତାପସ ଦତ୍ତ ସହିତ ବହୁ କର୍ମୀ ଯୋଗ ଦେବା ସହିତ କିଛି ନୁତନ କର୍ମୀ ଯଥା ପୁନାସିଆ ର BJD ଯୁବ ନେତା ଶ୍ରୀ ଲୋକନାଥ ଦଣ୍ଡପାଟ୍ ଓ ସମାଜସେବି କୁଡମୀସେନା ଶ୍ରୀ ଯୁକ୍ତ କ୍ଷିତିଶମହାନ୍ତ ଙ୍କ ସହିତ କିଛି ନୁତନ କର୍ମୀ ସାମିଲ୍ ହୋଇଥିଲେ | ଏହା ପରେ ଶ୍ରୀ ଯୁକ୍ତ ତାପସ ଦତ୍ତ ଙ୍କ ସଭାପତିତ୍ୱ ରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ କାର୍ଯ୍ୟାଲୟ ଟିକୁ କିପରି ଭାବରେ ପରିଚାଳିତ କରିବେ ସେ ବିଷୟରେ ପଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ ଓ କାର୍ଯ୍ୟାଳୟ ଟିରମର୍ଯାଦା ରଖିବାକୁ ଶ୍ରୀ ଯୁକ୍ତ ସଞ୍ଜୀବ ମହାନ୍ତି କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ |

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.