ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧିଙ୍କ ବୌଦ୍ଧ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ

0 11

ସୁବର୍ଣ୍ଣପୁର, : ବୌଦ୍ଧଜିଲାର ୧୦୮ ଟି ଗ୍ରାମକୁ ଫାଇଲେରିଆ ମୁକ୍ତ ଭାବରେ ବଛା ଯାଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଦୁଇଦିନିଆଁ ବୌଦ୍ଧଜିଲା ଗସ୍ତରେ ଆସି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା କିଛି ଗ୍ରାମ ପରିଦର୍ଶନ କରିବା ସହିତ ବିଭିନ୍ନ ତଥ୍ୟ ସଂପର୍କରେ ଅନୁଧ୍ୟାାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ୬ ବର୍ଷରୁ ୭ ବର୍ଷର ଶିଶୁଙ୍କୁ ବାତଜ୍ୱର ସଂପର୍କିତ ପରୀକ୍ଷା କରିବା ସହିତ ସେମାନଙ୍କ ମନୋରଞ୍ଜନ ପାଇଁ ଚିତ୍ରାଙ୍କନ କରିବାକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ଆସନ୍ତା ୧୦ ଦିନ ମଧ୍ୟରେ ପ୍ରତ୍ୟେକ ବ୍ଲକରୁ ତିନୋଟି ଲେଖାଏଁ ଟିମ ଗଠନ କରାଯାଇ ବାତଜ୍ୱର ପରୀକ୍ଷା କରାଯିବ । ଏହି ଟିମ୍ ରେ ଆଶା,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟ କର୍ମୀ ଓ ଲେବରେଟୋରୀ ଆସିଷ୍ଟାଣ୍ଟ ଯୋଗଦେଇ ଶିଶୁମାନଙ୍କ ବାତଜ୍ୱର ପରୀକ୍ଷା କରିବେ । ଅପରାହ୍ନରେ ଏହି ପ୍ରତିନିଧି ଦଳ ଜିଲାର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ । ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ବୌଦ୍ଧଜିଲାର ପୂରାତନ କିର୍ତ୍ତିରାଜୀ,ସଂସ୍କୃତି,ପରମ୍ପରାର ପ୍ରତୀକ ସହିତ ରାଜାଙ୍କ ଶାସନ ସମୟରେ ବ୍ୟବହୃତ ସାମଗ୍ରୀ ସବୁ ଦେଖି ପ୍ରତିନିଧି ଦଳ ଅଭିଭୁତ ହୋଇଥିଲେ ଏବଂ ଜିଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ପ୍ରତିନିଧି ଦଳର ମୁଖ୍ୟ ମିଶ୍ ପେଡେନଙ୍କ ସହିତ ଡା. ବଶ୍ୱପ୍ରକାଶ ଦତ୍ତ,ଡା. ଶ୍ୟାମବନ୍ଧୁ ରଥ,ଡା. ମଦନ ପ୍ରଧାନ ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ । ଆର୍କିଟେକ୍ ସୁମନ ଷଡଙ୍ଗୀ ପ୍ରତିନିଧି ଦଳଙ୍କୁ ସଂଗ୍ରହାଳୟ ବୁଲାଇ ଦେଖାଇବା ସହିତ ସଂଗୃହୀତ ସାମଗ୍ରୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.