ବିିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସଙ୍କୁ ବ୍ରୋଂଜ ପଦକ

0 5

ସୁବର୍ଣ୍ଣପୁର : ବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ । ଜି-୧ ଓପନ ଇଂଟେରନେସେନାଲ ତାଇକୋଣ୍ଡୋ ଚମ୍ପିଆନସିପରେ ବ୍ରୋଂଜ ପଦକ ହାତେଇଛନ୍ତି ସୁବର୍ଣ୍ଣପୁର ମାଟିର ସୁନାପୁଅ ଏହେସାସ ହୋତା । ୟୁରୋପ ଆଲବାନିଆଁର ତାରାନାରେ ଗତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜି-୧ ଓପନ ଇଂଟରନେସନାଲ ଚମ୍ପିଆନସିପରେ ଭାରତର ୨୦ ଜଣିଆ ଟିମ ସହ ଯୋଗଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା । ସେଠାରେ ଭାରତୀୟ ଦଳ ଗୋଟିଏ ମାତ୍ର ବ୍ରୋଂଜ ପଦକ ଜିଣିଥିବାବେଳେ ତାହା ଯାଇଥିଲା ଏହେସାସଙ୍କ ଖାତାକୁ । ସେ ପ୍ରଥମ ରାଉଣ୍ଡ ଗ୍ରୀସ,ଦ୍ୱତୀୟ ରାଉଣ୍ଡ ସାଇପ୍ରେସ ଦେଶର ଖେଳାଳୀଙ୍କୁ ମାତ ଦେଇଥିବାବେଳେ ତୃତୀୟ ରାଉଣ୍ଡରେ ଇଟାଲିର ନିକୋଲାସ ଲେଗେରିସଙ୍କ ଠାରୁ ପରାଜୟ ବରଣ କରିବା ସହ ବ୍ରୋଂଜ ପଦକ ଜିଣିଥିଲେ । ଏହେସାସ ଏକମାତ୍ର ଭାରତୀୟ ହିସାବରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ମେଡାଲ ଜିଣି ସମଗ୍ର ଭାରତ ବର୍ଷ ପାଇଁ ଗୌରବ ଆଣିଛନ୍ତି । ଏହା ପୁର୍ବରୁ ଏହେସାସ ୨ଟି ଆନ୍ତର୍ଜାତୀୟ,୨ ଟି ଓପନ ବିଶ୍ୱ ଚମ୍ପିଆନସିପ,୨ଟି ସର୍ବଭାରତ୍ୟୀ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋସହ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ମେଡାଲ ଜିଣିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମୁଲ୍ୟମଣୀ ରାଣୀପୁର ଗାଁର ଏହେସାସ ଏବେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ଅଛନ୍ତି । ଏହେସାସଙ୍କ ଏହି ସଫଳତା ପରେ ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଶୂଭେଚ୍ଛା ଜଣାଇଛନ୍ତି । ଏହେସାସ ବୁଧବାର ଜନ୍ମମାଟି ବୀରମହାରାଜପୁରକୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୂଭେଚ୍ଛା ଜ୍ଞାପନ କରାଯାଇଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.