ବେଆଇନ ଭାବେ ପ୍ରଶାସନ ର ଅନୁମତି ନ ନେଇ ମନଇଛା ଗଛ କଟା

0 6

ଜିଲ୍ଲାପ୍ରଶାସନ ଅଙ୍କୁଶ ଲଗାଇବା ଉଚିତ

ବ୍ରହ୍ମପୁର : ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀନରେ ଯେତେ କାମ ସବୁ ହେଉଛି, ଠିକାଦାର ମାନେ ବିଭିନ୍ନ ବର୍ଗର ନିର୍ମାଣକାର୍ଯ୍ୟ ବେଳକୁ ନିଜ ଇଚ୍ଛାଅନୁସାରେ ପ୍ରଶାସନ କୁ ନ ପଚାରି ପ୍ରଥମେ ଗଛ କାଟି, ସୂତା ପକାଇ କାମ ଆରମ୍ଭ କରିଥାନ୍ତି । ପ୍ରଥମତଃ ଗଛ କାଟିବା ନିୟମ ଉପରେ ସେମାନେ ଆଉ ବିଭିନ୍ନ ବିଭାଗର ଯନ୍ତ୍ରୀ ମାନେ କୌଣସି ମତେ ଧାରଣା ଦେଉନାହାନ୍ତି । ସେମାନଙ୍କର ଗଛର ଉପକାରୀତା ଉପରେ ନଜିର ନଥାଏ । ଯାହା ଫଳରେ କି ଜଙ୍ଗଲ ବିଭାଗ ଅବଗତ ନଥାଇ ମନ ଇଚ୍ଛା ଗଛ କଟାଯାଉଛି । ଗଛର ସୁରକ୍ଷା ସହିତ ନିର୍ମାଣ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦି ହେବା କଥା, ସେ ଦିଗରେ ଠିକାଦାର ମାନଙ୍କୁ ଅବଗତ କରାଇବା ଉଚିତ । ରାସ୍ତା ଘାଟରେ କଢେ କଢେ ଯେତେ ଗଛ ରହିଛି, ତାହାର ସୁରକ୍ଷା ସହ ନିର୍ମାଣ କାର୍ଯ୍ୟପ୍ରତିଧ୍ୟାନ ଦେବା ଜରୁରୀ । ଏଦିଗରେ ବିଶେଷ ଧ୍ୟାନଦେଇ ଜିଲ୍ଲାପ୍ରଶାସନ ଗଛକଟା ଉପରେ ଅଙ୍କୁଶ ଲଗାଇବା ଉଚିତ । ଏତଦ ଭିନ୍ନ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ଏବଂ ଜୋରିମାନା କରିବା ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଵିଶେଷଜ୍ଞ ମାନେ ମତ ଦିଅନ୍ତି । ସରକାରଙ୍କ ପକ୍ଷରୁ ଗଛଲଗାଇବା,ସବୁଜ ବନାନୀ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ପୁରୁଣା ଗଛର ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ମନେ କରୁନାହାନ୍ତି । ଏଭଳି ଅନେକ ଘଟଣା ଆମ ସାମ୍ନାକୁ ଆସେ । ଏପରିକି ପ୍ରଶାସନ ଏବଂ କାହାର ଦୃଷ୍ଟିଗୋଚର ନହୋଇ ମଧ୍ୟ ଗଛ କଟା ହୋଇ ଆମ ପରିବେଶ କୁ ପ୍ରଦୂଷିତ କରାଯାଉଛି । ଏଭଳି ଏକ ଘଟଣା ଆମ ସାମ୍ନାକୁ ଗୁରୁବାର ପୂର୍ବାହ୍ନ ୧୦ଘଣ୍ଟା ବେଳକୁ ନଜରକୁ ଆସିଥିଲା ଯେ’ ଜଣେ ଗଛ କାଟୁଛି, ତାହା ସେହି ଅଫିସ କୋଠାର ହତା ନିର୍ମାଣ ଲାଗି କାଟୁଥିବା ବେଳେ ତାହାକୁ ପ୍ରତିହତ କରାଗଲେ ସୁଦ୍ଧା ସେଥିରୁ ଏକ ବଡ଼ ଧରଣର ମୂଲ୍ୟବାନ ଶାଳ କାଠ ସଦୃଶ ଏକ ଡିଜାଇନିଂଫୁଲ ହେଉଥିବା ଗଛର ବଡ଼ଶାଖା ଆଖିଆଗରେ ହାଣି ଦିଆଯାଇଥିଲା । ଘଟଣା ସମ୍ପର୍କରେ ସମ୍ପୃକ୍ତ ଠିକାଦାର, ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀକୁ କୁହାଯାଇଥିଲା ।ଗଞ୍ଜାମ ଜିଲ୍ଲାପ୍ରଶାସନ ତଥା ଜିଲ୍ଲାପାଳ, ଛତ୍ରପୁର ଉପ-ଜିଲ୍ଲାପାଳ, ଜିଲ୍ଲା ଜଙ୍ଗଲ ବିଭାଗ, ଛତ୍ରପୁର ଥାନା, ଛତ୍ରପୁର ଏନ.ଏ.ସି ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଅବଗତ କରାଯାଇଛି । ପ୍ରକାଶ ଥାଉକି, ସହକାରୀ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତଥା ଅଧୂନା ଜିଲ୍ଲା ଶିଶୁସୁରକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ହତା ନିର୍ମାଣ ନିମନ୍ତେ ଏହି ସ୍ଥାନର ଏକ ବିରାଟ ଗଛଶାଖା କୁ ହାଣି ଦିଆଯାଇଥିଲା । ଗଛର ସୁରକ୍ଷା ପ୍ରତି ଦୃଷ୍ଟିରେ ରଖିକାର୍ଯ୍ୟ କରାଯାଇପାରିଥାନ୍ତା । ପ୍ରଶାସନ ର ଯଦି ଏଭଳି ଅବହେଳାପ୍ରଦର୍ଶନ କଲେ ଛତ୍ରପୁର ସହରର ଲାଗିଥିବା ବହୁତ ଗଛ ନଷ୍ଟ ହୋଇଯିବ, ଲୋକେ ଅମ୍ଳଜାନ ମୁକ୍ତ ବାୟୁ ପାରିବେନି । ତେଣୁ ଘଟିଥିବା ଘଟଣାରେ ଉଚ୍ଚକର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ପ୍ରକୃତ ଦୋଷୀପ୍ରତି ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଅଛି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.