ବେଙ୍ଗାଲୁରରେ ଓଡ଼ିଆ ସାମାଜିକ ସଂସ୍କୃତି କଲ୍ୟାଣ ସଂଗଠନ ଓପିସି ର ନୂତନ କର୍ମକର୍ତ୍ତା ନିର୍ବାଚିତ !!

0 104

ବେଙ୍ଗାଲୁରୁ ଠାରେ ଓଡ଼ିଆ ସାମାଜିକ ଓ ସଂସ୍କୃତି କଲ୍ୟାଣ ସଂଗଠନ ତଥା ଓଡିଶା ପୂଜା କମିଟି ( ଓପିସି ), ର ନୂତନ କର୍ମକର୍ତ୍ତା ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି | ବାଙ୍ଗାଲୋର ର ପୁରାତନ ସଂଗଠନ “ଓଡିଶା ପୂଜା କମିଟି ( ଓପିସି )” ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି |
ଉପ-ସଭାପତି ଭାବେ ପ୍ରଣୟ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି | ସାଧାରଣ ସମ୍ପାଦକ ଭାବେ ଅନୁଷ୍ଠାନର ଯୁବ ସଭ୍ୟ ହିମାଂଶୁ ମହାପାତ୍ର ନିର୍ବାଚିତ ହୋଇଛନ୍ତି |
ଓଡିଶା ପୂଜା କମିଟୀ ( ଓପିସି ) ର ନୂଆକରି ଗଠନ କରା ଯାଇଥିବା ମହିଳା ଶାଖା ର ଉପ- ସଭାନେତ୍ରୀ ଭାବେ ନମିତା ସାମନ୍ତରା ମନୋନୀତ ହୋଇଛନ୍ତି | ଅନୁଷ୍ଠାନର କୋଷାଧକ୍ଷ ଭାବେ ଧୀରେନ୍ଦ୍ର ଧଳ ମନୋନୀତ ହୋଇଛନ୍ତି | ଏହା ବ୍ୟତିତ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ମାନେ ପ୍ରିୟବ୍ରତ ଦାସ, ଯୁଗ୍ମ-ସମ୍ପାଦକ (ସାଂସ୍କୃତିକ),ପ୍ରଭୁଦତ୍ତ ଧଳ ଯୁଗ୍ମ ସମ୍ପାଦକ ( ଗଣମାଧ୍ୟମ ଓ ସୂଚନା- ପ୍ରସାର ), ସୌମ୍ୟ ରଞ୍ଜନ ମହାନ୍ତି ଯୁଗ୍ମ- ସମ୍ପାଦକ ( ସାମାଜିକ କାର୍ଯ୍ୟ ), ଅଜିତ ପଣ୍ଡା ଯୁଗ୍ମ ସମ୍ପାଦକ (ପୂଜା ଆସର ଓ ପାର୍ବଣ) , ଚିନ୍ମୟ ମହାନ୍ତି ଯୁଗ୍ମ ସମ୍ପାଦକ (ଲୋକ ସମ୍ପର୍କ ), ବିନୟ ସାହୁ ଯୁଗ୍ମ ସମ୍ପାଦକ( ଯୋଗାଯୋଗ ) , ସୁସ୍ମିତା ପଣ୍ଡା ମହିଳା ଶାଖା ର ଯୁଗ୍ମ ସମ୍ପାଦକ ( ସାମାଜିକ କାର୍ଯ୍ୟ ), ଦେବାନନ୍ଦ ସାହୁ ଉପ-କୋଷାଧକ୍ଷ ନିର୍ବାଚିତ ହୋଇଛନ୍ତି | ଏହା ବ୍ୟତୀତ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରଶାନ୍ତ ଵର୍ଦ୍ଧନ , ଦେବାଶିଷ ସାହୁ , ସ୍ନେହାଶିଷ ମଲିକ, ନଳିନୀ ବେହେରା, ସୁଜିତ ଦାସ, ଜୟଦେବ ଜେନା, ଚିତ୍ତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ , ଦୀପକ କୁମାର, ଅଲିଭ ତ୍ରିପାଠୀ , ଜଗତ ପଟ୍ଟନାୟକ , ସଂଗ୍ରାମ ମହାନ୍ତି , ଓମ ପ୍ରସାଦ ମହାପାତ୍ର , ସନ୍ତୋଷ ବେହେରା, ସ୍ୱୟଂ ପ୍ରକାଶ ପଣ୍ତା ଏବଂ ପ୍ରତାପ ବାରିକ ପ୍ରମୁଖ ସର୍ଵସମ୍ମତି କ୍ରମେ ମନୋନୀତ ହୋଇଛନ୍ତି | ସେହିପରି ମହିଳା ଶାଖାର କାର୍ଯ୍ୟକାରୀ ସଦ୍ୟସା ଭାବେ ଆଶାରାଣୀ ସାହୁ , ଜୁଏଲ ପଣ୍ଡା , ଖୁସୀ ଧଳ, ଜ୍ୟୋତିଶ୍ରୀ ରାମ ଓ ସ୍ମୃତିଶିଖା ପଣ୍ଡା ମନୋନ୍ନୀତ ହୋଇଛନ୍ତି | ପବିତ୍ର ଦଶହରା ପର୍ବ ସମାରୋହ ଅବସରରେ ନୂତନକର୍ମକତ୍ତା ମାନଙ୍କର ନାମ ଓ ଦାୟିତ୍ୱ କୁ ସଂଗଠନ ର ଉପଦେଷ୍ଟା ନିହାର ସମାନ୍ତରା ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.