ବେନିୟମ ଭାବେ ବାଲି ଚାଲାଣ -୫୦ ହଜାର ଟଙ୍କା ଜୋରିମାନା ଆଦାୟ

0 7

ସୁବର୍ଣ୍ଣପୁର : ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ଗୋଟିଏ ଟ୍ରାକ୍ଟର, ରେଜିଷ୍ଟ୍ରେସନ ନମ୍ବର ଓ ଆର 31-3018 କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ,ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ.50,000/-ଙ୍କା ଜୋରିମାନା ଆଦାୟ କରିଛନ୍ତି l ପ୍ରଶାସନର ବାରମ୍ବାର ତାଗିଦ ସତ୍ୱେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା, ଏବଂ ଏହି ବେଆଇନ ବାଲି ଚାଲାଣ କୁ ରୋକିବା ନିମନ୍ତେ ଜୋରିମାନା ଅର୍ଥ ରାଶି କୁ ବୃଦ୍ଧି କରାଯାଇଛି l ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.