ବୋଇତ ବନ୍ଦାଣ ଅବସରରେ ପାରମ୍ପାରିକ ବୋଇତ କଳା (ବୋଇତ ନିର୍ମାଣ) ପ୍ରତିଯୋଗିତା

0 5

ବଡ଼ବିଲରେ ପାରମ୍ପାରିକ ‘ବୋଇତ ବନ୍ଦାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡ଼ି ଭୋରରେ ସମୟରେ କାରୋନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ଡଙ୍ଗା ଭସାଇବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇଥିଲେ । ଏହି ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ପାମ୍ପାରିକ ବୋଇତ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରତିଯୋଗିତାରେ ସ୍ଥାନୀୟ ଅଂଚଳର ବହୁ ପ୍ରତିଭାବାନ, ବୋଇତ ନିର୍ମାଣ କରି ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା

। ପ୍ରତିଯୋଗିତାରେ ପ୍ରଦର୍ଶିତ ଆକର୍ଷଣୀୟ ବୋଇତ ଗୁଡ଼ିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସମୂହ ବୋଇତ ବନ୍ଦାଣରେ ସଭିଏଁ ସାମିଲ ହୋଇଥିଲେ । ମହିଳା ମାନେ ପାରମ୍ପାରିକ ଭାବେ ପାନ, ଗୁଆ, କଉଡ଼ି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ ବୋଇତ ଓ ଡଙ୍ଗା ଭସାଇଥିଲେ ।

ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.