ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୩ ଜଣ ଆହତ ୬ ଗୁରୁତର

0 11

ସୂଚନା ମୁତାବକ ଏକ ବୋଲେରୋ ଗାଡ଼ି ସମ୍ବଲପୁର ପଟରୁ ବରଗଡ଼ ଅଭିମୁଖେ ଆସୁଥିବା ସମୟରେ ବରଗଡ଼ ଜିଲ୍ଲା ଘୁଲିପାଲି ଛକରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡ଼ିରେ ବସି ଥିବା ୧୩ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସୁଚନା ମିଳିଛି l ଖବର ପାଇ ଘଟଣା ସ୍ଥଳରେ ସଂକଳ୍ପ ପରିବାର ର ସଦସ୍ୟ ମାନେ ଆସି ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଜର ସଙ୍କଳ୍ପ ରଥ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ବରଗଡ଼ ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରି ଥିବା ଜଣାପଡିଛି l ଚିକିସ୍ୱା ଅବସ୍ଥାରେ ୬ ଜଣ ବ୍ୟକ୍ତି ଅତି ଗୁରୁତର ହେବାରୁ ତାଙ୍କୁ ସଙ୍କଳ୍ପ ପରିବାର ର ନିଜସ୍ୱ ବୋଲେରୋ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି l ଏମାନେ ସମସ୍ତେ ଗୋଟିଏ ପରିବାର ର ହୋଇଥିବାବେଳେ ଛତିଶଗଡ ଅଞ୍ଚଳ ର ବୋଲି ଜଣାପଡିଛି l ଏମାନେ ସମସ୍ତେ ପୁରି ଜଗନ୍ନାଥ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ବରଗଡ଼ ଜିଲ୍ଲା ଏନ୍ ଏଚ୍ 6 ରାସ୍ତା ଘୁଲିପାଲି ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ସବୁଠୁ ବଡ଼ କଥା ହେଲା ଏହି ଗାଡ଼ିରେ ଦୁଇଟି ଶିଶୁ ଥିବା ଜଣାପଡିଛି l ତେବେ ଶିଶୁ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଏହି ଲୋମଥରା ଦୁର୍ଘଟନା ରେ ସାହାଯ୍ୟର ହାତ ବଢ଼ାଇ ନିଜର ପରିଚୟ ସୃଷ୍ଟି କରିଛି ସଂକଳ୍ପ ପରିବାର l ବର୍ତ୍ତମାନ ଜିଲ୍ଲା ବାସି ସଂକଳ୍ପ ପରିବାର କୁ ଆଶିର୍ବାଦ ସହ ପ୍ରଶଂସା କରିଛନ୍ତି l

ବରଗଡ ଜିଲା ଇପିଏ ରୁ ସୁବାଷ ଦୋରାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.