ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

0 8

ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ତାଲିମ କେନ୍ଦ୍ର ଠାରେ 36 ତମ ଜାତୀୟ ଚକ୍ଷୁଦାନ ପକ୍ଷ 2021 ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟ କର୍ମୀ, ଏ ଏନ ଏମ ତାଲିମ କେନ୍ଦ୍ର ର ଛାତ୍ରୀ ମାନେ ଯୋଗ ଦେଇଥିଲେ ସଭା ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପତାକା ଦେଖାଇ ଚକ୍ଷୁ ଦାନ ନିମନ୍ତେ ପ୍ରସ୍ତୁତ ହୋଇଥିବା ରଥ କୁ ଶୁଭାରମ୍ଭ କରିଥିଲେ l ପରେ ପରେ ଏକ ରାଲି ଅନୁଷ୍ଠିତ ହୋଇଥିଲା l ଚକ୍ଷୁ ଦାନ, ଅନ୍ଧତ୍ବ ଦୂରୀକରଣ ନିମନ୍ତେ ସଚେତନତା ବୃଦ୍ଧି କରିବା ପାଇଁ ଅଗଷ୍ଟ 25 ତାରିଖ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 15 ଦିନ ବ୍ୟାପି ଜିଲ୍ଲା ସ୍ତରରେ ପାଳିତ ହେଉଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ଚନ୍ଦ୍ର ପ୍ରଧାନ ଚଳିତ ବର୍ଷର ବାର୍ତ୍ତା ମୃତ୍ୟୁ ପରେ ମଧ୍ୟ ରହନ୍ତୁ ଜୀବନ୍ତ, ଚକ୍ଷୁଦାନ କରି ଦୂର କରନ୍ତୁ ଅନ୍ଧତ୍ୱ, ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଚକ୍ଷୁଦାନ ର ମହତ୍ୱ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡିପିଏମ ରୂପକ କୁମାର ମହାପାତ୍ର, ଏ ଏନ ଏମ ତାଲିମ କେନ୍ଦ୍ର ର ଅଧ୍ୟକ୍ଷା ରିତାଞ୍ଜଳୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଏଡ଼ିପିଏଚ ସି ଓ ସୁନୀଲ କୁମାର ନାୟକ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ l

ବୌଦ୍ଧ ଜିଲ୍ଲା ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.