ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ 2021 ପାଳିତ

0 10

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ 2021 ପାଳିତ ହୋଇଯାଇଛି l ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯାଇ ଏଥିସହିତ ୱେବଲିଙ୍କ ଦିଆଯାଇଥିଲା l କରୋନା କଟକଣାକୁ ନଜର ରେ ରଖି ବିଦ୍ୟାଳୟ ପକ୍ଷରୁ ଏହି ପ୍ରକାର ପଦକ୍ଷେପ ନିଆଯାଇଥିଲା l ଏହା ଫଳରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଘରେ ବସି ଭାରତର ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ, ଶିକ୍ଷକ ପର୍ବ ର ଆଭିମୁଖ୍ୟ, ୱେବିନାର ବିଷୟରେ ସବିଶେଷ ତଥ୍ୟ ଜାଣିପାରିଥିଲେ l ଏହି ଶିକ୍ଷକ ପର୍ବ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷା ସୁଜାତା ରଥ, ଶିକ୍ଷୟିତ୍ରୀ ରାଜଲଷ୍ମୀ ବିଶ୍ୱାଳ, ବିଜୟା ପ୍ରଧାନ, ପ୍ରତିଭା ଦେଵୀ, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ଶ୍ରୀନିବାସ ହାତୀ, କରମବୀର ସିଂହ, ହରିଶଙ୍କର ରାୟ, ହରେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇଥିଲେ l ଏହି ଶିକ୍ଷକ ପର୍ବ 7.9.2021 ତାରିଖ ରୁ 17.9.2021 ପର୍ଯ୍ୟନ୍ତ ବିଦ୍ୟାଳୟ ମାନଙ୍କରେ ପାଳିତ ହେବ l

ବୌଦ୍ଧ ଜିଲ୍ଲା ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.