ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଦଳ ପର୍ଯ୍ୟବେକ୍ଷିକା ସିପ୍ରା ମହାନ୍ତି ଯୋଗ ଦେଇ ମହିଳା ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଡ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ l ବିଭିନ୍ନ ଆଲୋଚନା ସହିତ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ କବିତା ଟ୍ଟନାୟକ,୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟl ମମତା ପ୍ରଧାନ, ପୂର୍ବ ବ୍ଲକ ଅଧକ୍ଷl ରିତା ବେହେରା, ସଂକୁଳେଇ ସରପଞ୍ଚ ରଶ୍ମିତା ମହାକୁଡ଼, ତାଳସରଡା ସମିତି ସଭ୍ୟା ରିତାଞ୍ଜଳି ମହାକୁଡ଼, ବ୍ରାହ୍ମଣୀପାଳି ସରପଞ୍ଚ ସୁଷମା ବାଘ, ସମିତିଦଭ୍ୟl ଭା୍ନୁପ୍ରିୟା ସାହୁ,ଜୀବନ ବିନ୍ଦୁ ଓ ମୋ ଓଡିଶା ଜିଲ୍ଲା ସଂଯୋଜକ ତାଥା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ମୁଣ୍ଡପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଗାନ୍ଧି ଜୟନ୍ତୀ ସେବା ସପ୍ତାହ ଉପଲକ୍ଷେ ରକ୍ତଦାନ କରିଥିବା ୧୧ ଜଣ ମହିଳାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରିଥିଲେ l ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଜିଲ୍ଲା ସଭାପତି ମହୀଧର ରଣା ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ଆଗାମୀ ଦିନରେ ଏକଜୁଟ ହୋଇ ପ୍ରତ୍ୟେକ ପରିବାର ର ଆର୍ଥିଜ ଅବସ୍ଥା ସୁଦୃଢ ସହିତ ପଂଚାୟତ ଓ ଗ୍ରାମର ଉନ୍ନତି ନିମନ୍ତେ ଆହ୍ୱାନ କରିଥିଲେ ଓ ଆଜିର ଦିନରେ ରକ୍ତଦାନରେ ମହିଳା ମାନେ ସାମିଲ ହୋଇଥିବା ବେଳେ ବାଲ୍ୟବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ମୁଖ୍ୟ ଭୂମିକା ଲିଭାଇବାକୁ କହିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ପ୍ରଭାତ ଚନ୍ଦ୍ର ପ୍ରଧାନ, ଗୟାଧର ମହାକୁଡ଼, ପ୍ରଫୁଲ୍ଲ ପଟ୍ଟନାୟକ, ଶୁମନ୍ତ କୁମାର ନାଏକ, ନିର୍ଗୁଣ ମହାକୁଡ଼, ମାନଗୋବିନ୍ଦ ପ୍ରଧାନ, ରାମ ପ୍ରଧାନ, ବିପ୍ଳବ ମହାକୁଡ଼, ବୀରେନ୍ଦ୍ର ଝାଙ୍କର, ଅଶୋକ ଭୋଇ, ଅରୁଣ ଦାସ, ଲିଙ୍ଗରାଜ ଭୋକ୍ତା, ଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )