ବୌଦ୍ଧ ଜିଲ୍ଲା ପୂର୍ତ୍ତ ବିଭାଗ ର ପି ଆଇ ଏଗ୍ରିମେଣ୍ଟ ନାମରେ ଅନିୟମିତତା ଅଭିଯୋଗ

0 7

ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା କଣ୍ଟାମାଲ ପୂର୍ତ୍ତ ବିଭାଗ ଏସ ଡି ଓ ଙ୍କ ଅଧୀନରେ ଥିବା ମନମୁଣ୍ଡା ସେକ୍ସନ ରେ ରହିଛି ଜେଇ ଓ ଏସ ଡି ଓ ଙ୍କ ଠିକା କାମ l ଯେଉଁ ଠିକାଦାର ଏହି ଦୁଇ ଅଧିକାରୀ ଙ୍କୁ ଖୁସ କରି ପାରିଲା ସିଏ ଠିକା କାମ ପାଇଲା l ଅନ୍ୟ ଠିକାଦାର କାମ ପାଇପାରିବ ନାହିଁ l କିଛି ରାଜନୈତିକ ବ୍ୟକ୍ତି ଙ୍କ ନାମ କୁ ବ୍ୟବହାର କରି ଯାର ପଇସା ତାର ଭରସା ନୀତିରେ ଠିକାଦାର ମାନଙ୍କୁ କାମ ଦିଆଯାଉଛି l

ବର୍ତ୍ତମାନ ବୌଦ୍ଧ ଜିଲ୍ଲା ମନମୁଣ୍ଡା.. ଶଗଡା, ମନମୁଣ୍ଡା.. ପଲଶାଗୋରା, ବାଉଁସୁଣୀ.. ଗୁନ୍ଦୁଲିଆ ରାସ୍ତାରେ ଚାଲିଛି ରାସ୍ତା ଡ୍ରେସିଂଙ୍ଗ, ଗଛ କଲରିଙ୍ଗ ବାବଦକୁ ଠିକାଦାର ନିଯୁକ୍ତି ହୋଇଛନ୍ତି l କାର୍ଯ୍ୟରତ ଶ୍ରମିକ ମାନଙ୍କୁ ପଚାରିଲେ ଠିକାଦାର କିଏ ଜଣାନାହିଁ l ଜେଇ ଙ୍କୁ ପଚାରିଲେ ଏସ ଡି ଓ ଙ୍କୁ ପଚାର, ଏସ ଡି ଓ ଙ୍କୁ ପଚାରିଲେ ଇ. ଇ. ଙ୍କୁ ପଚାର ରେ କଥା ବା ଉତ୍ତର ଶେଷ l ପୂର୍ତ୍ତ ବିଭାଗ ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି l ଏଣୁ ପୁରୁଣା ମୂଷା ଙ୍କ କଳା କାରନାମା ପ୍ରତି ବୌଦ୍ଧ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.