ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ.୨୦୨୧ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟ କର୍ମୀ, ସ୍ୱୟଂସହାୟକ ଗୋଷ୍ଟୀ ର ପ୍ରତିନିଧି ଓ ମହିଳା ଯୋଗ ଦେଇଥିଲେ l ସୁରକ୍ଷିତ ଗର୍ଭପାତ ପାଇଁ ପ୍ରୋତ୍ସାହନ, ସହଯୋଗ ଓ ଏ ନେଇ ଗୋଷ୍ଟୀସ୍ତରରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା l ସୂଚନା ଯୋଗ୍ୟ ଯେ ବୌଦ୍ଧ ରେ ୨୦୨୦- ୨୧ ବର୍ଷରେ ମୋଟ ୪୮୯ ଟି ସୁରକ୍ଷିତ ଗର୍ଭପାତ କରାଯାଇଛି l ଜିଲାରେ ୬ ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷିତ ଗର୍ଭପାତ ସେବା ପ୍ରଦାନ କରୁଛି l ଏତଦ ବ୍ୟତୀତ କୌଣସି ବେସରକାରୀ ଅନୁଷ୍ଠାନ କୁ ଗର୍ଭପାତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତି ପ୍ରଦାନ କରାଯାଇ ନାହିଁ l ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ସୁରକ୍ଷିତ ଗର୍ଭପାତ ଦ୍ୱାରା ମାତୃ ମୃତ୍ୟୁ ହାରକୁ କିଭଳି ରୋକାଯା ଇ ପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସୁଦର୍ଶନ ମେହେର ଅସୁରକ୍ଷିତ ଗର୍ଭପାତ ଜନିତ ସମସ୍ୟା ଓ ଏହାର ପ୍ରତିକାର ତଥା ଗର୍ଭପାତ ପରବର୍ତ୍ତୀ ବିଭିନ୍ନ ଗର୍ଭନିରୋଧକ ପଦ୍ଧତି ବିଷୟରେ ଅବଗତ କରାଇଥିଲେ l ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଏମ ଟି ପି ଆକ୍ଟ ୧୯୭୧ ର କାର୍ଯ୍ୟକାରୀ ତା ଓ ଏ ନେଇ ଜନସଚେତନତା ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡିପିଏମ ରୂପକ ମହାପାତ୍ର, ଏଡିପିଏଚ ସି ଓ ସୁନୀଲ କୁମାର ନାୟକ ଓ ସ୍ୱାସ୍ଥ୍ୟ ବିଭାଗ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )