ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

0 0

ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ର ଚତୁର୍ଥ ଦିବସରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ର ଲୋକକଳା ଗ୍ରାମ ନାରାୟଣନଗର ପଞ୍ଚାୟତ କାର୍ଯ୍ୟାଳୟପରିସର ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟର ପୁଲସ୍ତୀ ଛତ୍ରିଆ ମୁଖ୍ୟ ଅତିଥି, ସରପଞ୍ଚ ରାଜେନ୍ଦ୍ର କୁମାର ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣନଗର ଗ୍ରାମର ମହିଳା,ଓ ଜନସାଧାରଣ ଯୋଗଦେଇଥିଲେ l ଦୁର୍ନୀତି ର ମୁଳୋତ୍ପାଟନ ପାଇଁ ସମସ୍ତ ଅତିଥି ନିଜ ବକ୍ତବ୍ୟ ରେ ଗୋଷ୍ଟୀ ଏକତାର ସହିତ ସାମୁହିକ ଭାବରେ ସ୍ୱର ଉତ୍ତୋଳନ କରିବା ସହିତ ବ୍ୟକ୍ତିଗତ ସ୍ୱାର୍ଥ୍ କୁ ବଳିଦେଇ ସାମୁହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରଚାର, ପ୍ରସାର ର ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ l ସେହିପରି କଣ୍ଟାମଳ ବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟର ପୁଲସ୍ତୀ ଛତ୍ରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମନମୁଣ୍ଡା ସରପଞ୍ଚ ମୀନାକ୍ଷି ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର କର୍ଣ୍ଣ, ଜିଆରଏସ ଆଦିତ୍ୟ କୁମାର ମେହେର, ସ୍ୱଚ୍ଛ ଭାରତ ମିଶନ ର ସ୍ବେଛାଗ୍ରାହୀ ବିଭୁତି ଭୂଷଣ ମହଲା ପ୍ରମୁଖ ଯୋଗଦେଇଥିଲେ l ସମସ୍ତ ଅତିଥି ନିଜ ଅଧିକାରକୁ ସାବ୍ୟସ୍ତ କରିବା, ଗୋଷ୍ଟୀ ସଚେତନତା ସହିତ ସହଯୋଗ, ସହାଭାଗିତା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଲୋଭ ପରିହାର କରି ଧୈର୍ଯ୍ୟର ସହ ସୁସ୍ଥ ସମାଜ ତଥା ସ୍ୱଚ୍ଛ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ l ନାରାୟଣନଗର, ବାଉଁସୁଣୀ, ଓ ମନମୁଣ୍ଡା ରେ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା l ସେହିପରି କଣ୍ଟାମାଲ ବ୍ଲକ ଅନ୍ତର୍ଗତ କାନୀକୁପା ଗ୍ରାମରେ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାମ୍ବାଦିକ ମୁକେଶ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ଧରଣୀଧର ବେହେରା, ଯାଜ୍ଞସେନୀ ରଣା, ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ପାଢ଼ୀ, ତରଣୀସେନ ଦଳବେହେରା, ଶ୍ରୀ ମହାଦେବ ପାଢ଼ୀ ଏବଂ ଗ୍ରାମ ବାସୀ ଯୋଗ ଦେଇ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ ଶପଥ ପାଠ କରିଥିଲେ l ଏହା ପରେ କଣ୍ଟାମାଲ ହାଇସ୍କୁଲ ପଡିଆରେ ମାଁ ମେଟାକାନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଉପସ୍ଥିତ ସମସ୍ତ ଜନସାଧାରଣ, ଖେଳାଳୀ, ସଭାପତି ବିଶ୍ୱନାଥ ଖଟୁଆ, ଦେବାଶିଷ ସାହୁ, ମଦନ କୁମ୍ଭାର, ଅଶୋକ ସାହୁ, ହିମାନ ରଣା, ବିକାଶ ସାହୁ, ସ୍କୋରିଙ୍ଗ ଦେବାଶିଷ ସାହୁ, ସଂଯୋଜକ ସୁଜିତ ମିଶ୍ର, ମଣ୍ଟୁ ପାଣ୍ଡେ ଏବଂ ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ଧରଣୀଧର ବେହେରା, ଯାଜ୍ଞସିନୀ ରଣା ଉପସ୍ଥିତ ରହି ସଚେତନତା ର ଶପଥ ପାଠ ସହ ଉପସ୍ଥିତ ଜନତାଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ହାଇସ୍କୁଲ ପଡିଆରେ ଉପସ୍ଥିତ ଜନତା ଙ୍କୁ ଶପଥ ପାଠ କରାଇଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.