ବୌଦ୍ଧ ଜିଲ୍ଲା ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

0 2

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ବିରଞ୍ଚି ଧରୁଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଶ୍ରୀ ସୁବାଶ ଚନ୍ଦ୍ର ଯାନୀ, ବିଡ଼ିଓ ହରଭଙ୍ଗା, ସମ୍ମାନିତ ଅତିଥି ଶ୍ରୀ ରବୀନ୍ଦ୍ର କୁମାର ସେଠୀ LDM ବୌଦ୍ଧ, ଏମ. ସଞ୍ଜୟ କୁମାର ଦୋରା, ଆସିଷ୍ଟାଣ୍ଟ ସୁପରିଟେଣ୍ଟ ପୋଷ୍ଟାଲ, ଫୁଲବାଣୀ ପ୍ରମୁଖ ମଞ୍ଚାସିନ ହୋଇ ସ୍ୱଳ୍ପ ସଂଚୟ ଓ ସୁରକ୍ଷିତ ସଂଚୟ ଉପରେ ମତବ୍ୟକ୍ତ କରିଥିଲେ l ନିଜର କଷ୍ଟ ଉପାର୍ଜିତ ଧନକୁ ଅଧିକ ଲାଭ ଆଶାରେ କୌଣସି ଚିଟଫଣ୍ଡ ସଂସ୍ଥା ରେ ଜମା ନ କରି ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକ ଘରେ ଜମା କରିବାକୁ ପରାମର୍ଶ ଦେଇଥିଲେ l ତା ନ ହେଲେ ଚିଟଫଣ୍ଡ ସଂସ୍ଥା ମାନଙ୍କ ପ୍ରଲୋଭନ ରେ ପଡି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇଥିଲେ l ସଭା ପ୍ରାରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏମ. ସଞ୍ଜୟ କୁମାର ଦୋରା ଡାକ ଘରର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଉପରେ ଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ, ବ୍ୟାଙ୍କ ଯୋଜନା ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ୱଳ୍ପ ସଂଚୟ ଏଜେଣ୍ଟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିଓ ଜନସାଧାରଣ ଉପସ୍ଥିତ ଥିଲେ l ଶେଷରେ ଶ୍ରୀ ବିରଞ୍ଚି ଧରୁଆ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.