ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

0 8

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି l ଭଗବାନ ବୁଦ୍ଧ ଙ୍କ ଉଦ୍ଦେଶ୍ୟ ରେ ସଂସ୍କୃତି ସମ୍ପନ୍ନ ବୌଦ୍ଧ ଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତ, ଫୋଟୋ ଚିତ୍ରିତ କରାଯାଇଛି l ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ରେ ଚଳିତ ବର୍ଷ ବୁଦ୍ଧ ପୁର୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ପାଳିତ ହେବା ସହ ରାଜ୍ୟ ସରକାରବୌଦ୍ଧ ଜିଲ୍ଲାକୁ ସ୍ଥାନୀୟ ଛୁଟି ଦିବସ ଘୋଷଣା କରିଥିଲେl ଏଥିସହିତ ଅହିଂସା ଧର୍ମକୁ ପାଳନ କରିବା ପାଇଁ ସେହିଦିନ ଘରେ ଘରେ ପିଠା ପଣା କରାଯାଇଥିଲା ଏବଂ ସେ ଦିନ ଆମିଷ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l କିଛିଦିନ ତଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜିଲ୍ଲା କୋଷାଗାର, ବୌଦ୍ଧ ନିକଟରେ ଥିବା 100 ବର୍ଷର ପୁରୁଣା ନିମ୍ବ ( ଲିମ ) ଗଛରେ ବୁଦ୍ଧମୂର୍ତ୍ତି ଆକୃତିର ନକଲ ଅନୁଭବ କରି ଗଛରେ ଥିବା ନକଳଟିକୁ ପେଣ୍ଟିଙ୍ଗ କରିବାକୁ କହିଥିଲେ l ତଦନୁଯାୟୀ ଉକ୍ତ ଗଛରେ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଆକୃତି ର ପେଣ୍ଟିଙ୍ଗ କରାଯାଇଥିଲା l ଆଗକୁ ଏଠାରେ ଏକ ଛୋଟ ସେଲଫି ପଏ ଣ୍ଟ କରାଯିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ର ଆଭିମୁଖ୍ୟ ରହିଛି l

ବୌଦ୍ଧ ଜିଲ୍ଲା ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.