ବ୍ରହ୍ମପୁରରେ ପାଳିତ ହେଲା ଜାତୀୟ ପ୍ରେସ୍ ଦିବସ

0 22

ବ୍ରହ୍ମପୁର: ପ୍ରେସ୍ କ୍ଲବ ବ୍ରହ୍ମପୁର ତରଫରୁ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ପ୍ରେସ୍ କ୍ଲବ ପରିସରରେ ସଭାପତି ଗୋପାଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ମହାସୋମାରହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ରୁପେ ବରିଷ୍ଠ ସାମ୍ବାଦିକ ଡ଼ଃ. ଜଗନମୋହନ ମହାପାତ୍ର ଯୋଗଦେଇଥିଲେ । କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଆଜିର ଦିନରେ ସାମ୍ବାଦିକଙ୍କ ଏକତା ପୂର୍ବଭଳି ରହିବା ଆବଶ୍ୟକ ବୋଲି ଶ୍ରୀ ବେହେରା ମତ ରଖିଥିଲେ । ଆଜିର ଦିନରେ ସାମ୍ବାଦିକଙ୍କ ଭୂମିକା ଆବଶ୍ୟକ ରହିଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆ ଯାଉଛି । ଏହାସହ ନୂତନ ପିଢ଼ି ମାନେ ସଠିକ ଖବର ଉପରେ ଗୁରୁତ୍ୱ ଦେବା ସହ ପ୍ରଚାର ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଲେ ଭବିଷ୍ୟତରେ ଜଣେ ଦକ୍ଷ ସମ୍ବାଦିକ ହୋଇ ନିଜର ପରିଚୟ ସୃଷ୍ଟି କରିପାରିବା ବୋଲି ଡ଼ଃ. ମହାପାତ୍ର ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ୍ କ୍ଲବ ବ୍ରହ୍ମପୁରର ସମ୍ପାଦକ ଚିରଞ୍ଜିତ ରାଜଗୁରୁ, କୋଷାଧ୍ୟକ୍ଷ ନାରାୟଣ ମହାଙ୍କୁଡ, ରବି ନାରାୟଣ ମହାରଣା, ନାଗେଶ୍ୱର ପୃଷ୍ଟି, ଜ୍ୟୋତି ରଞ୍ଜନ ସାହୁ, ପ୍ରଶାନ୍ତ ଦାସଙ୍କ ସମେତ ସହରର କାର୍ଯ୍ୟରତ ସମସ୍ତ ବୈଦ୍ୟୁତିକ, ଛାପା ଓ ୱେବ୍ ମିଡ଼ିଆର ସାମ୍ବାଦିକ, ସମ୍ବାଦିକା ବନ୍ଧୁଗଣ ଉପସ୍ଥିତ ରହିଥିଲେ । ଆୟୋଜିତ କାର୍ଯ୍ୟକମକୁ ସତ୍ୟ ଚେତନ ପରିଡା ସଞ୍ଚାଳନା କରିଥିବା ବେଳେ ପ୍ରହଲ୍ଲାଦ ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.