ବ୍ରହ୍ମପୁର ଅସ୍ଥିଶଲ୍ୟ ମଂଚର ବାର୍ଷିକ ଅଧିବେଶନ

0 13

ବ୍ରହ୍ମପୁର ଅସ୍ଥିଶଲ୍ୟ ମଂଚର ୨୧ତମ ବାର୍ଷିକ ଅଧିବେଶନ ସ୍ଥାନୀୟ ଜ୍ୟୋତି ରେସିଡେନ୍ସି ହୋଟେଲ ପରିସରରେ ତା.୨୧.୧୧.୨୧ରିଖର ଦିନ ଅନୁଷ୍ଠିତ ହୋଇଯାଇଛି॥ ସଭାପତି ପ୍ରଫେସର ଅବନି କାନ୍ତ ମିଶ୍ର ସ୍ବାଗତ ଭାଷଣରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ ଅତିଥି ଓ ସଭ୍ୟ ମାନକୁଂ ସ୍ବାଗତ ଜଣାଇ ସେମାନକଂ ସହଯୋଗ ପାଇଁ ଅଭିନନ୍ଦନ ଜଣାଇ ଥିଲେ ଓ କୋଭିଡ୍ ଯୋଗୁଁ ଗତ ବର୍ଷ ଅଧିବେଶନ ହୋଇପାରି ନ ଥିବାରୁ ସମସ୍ତେ ଆଗ୍ରହର ସହ ଏହି ଶୁଭ ବେଳାକୁ ପ୍ରତିକ୍ଷା କରିଥିଲୁ ବୋଲି କହିଥିଲେ॥ ସଭ୍ୟ ସଂଖ୍ୟା ଆଶାତିତ ବୃଦ୍ଧି ପାଇ ଥିବାରୁ ଖୁସି ବ୍ୟକ୍ତ କରି ଥିଲେ॥ ସଂପାଦକ ଡା.ସଂକର୍ଷଣ ପାତ୍ର ଅତିଥି ପରିଚୟ ଦେଇଥିଲେ ଏବଂ ମଂଚର ବୌଦ୍ଧିକ, ସାମାଜିକ, ସାଂସ୍କୃତିକ କାର୍ୟକ୍ରମ ଉପରେ ଆଲୋକପାତ ଲରି ଦୀର୍ଘ ୨୧ ବର୍ଷର ସଫଳ ଯାତ୍ରା ପାଇଁ ଆମେ ଗର୍ବିତ ବୋଲି କହି ଥିଲେ ଏବଂ ଏଥିପାଇଁ ସମସ୍ତ କର୍ମକର୍ତ୍ତା ଓ ସଭ୍ୟକୁଂ ବଧାଇ ଜଣାଇଥିଲେ॥ ଏହି ଅଧିବେଶନ ରେ ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଶ୍ରୀ ପ୍ରଫେଷର କୃଷ୍ଣ ମୋହନ ପାଠୀକୁଂ ଓ ମୂଖ୍ୟ ଅତିଥି କଲିକତା ପିୟର୍ ଲେସ୍ ହସ୍ପିଟାଲର ଅସ୍ଥିଶଲ୍ୟ ବିଭଗ ମୁଖ୍ୟ ଆନ୍ତଜାତିକ ଖ୍ୟାତି ସଂପର୍ନ ଆର୍ଥୋପ୍ଳାଷ୍ଟିକ ଓ ଆର୍ଥୋସ୍କୋପିକ ସର୍ଜନ ଡା. ସ୍ବର୍ନେନ୍ଦୁ ସାମନ୍ତକୁଂ ସଂର୍ଦ୍ଧନା କରାଯାଇଥିଲା॥
ଏହି ଅଧିବେଶନ କୁ ଓଡିଶା ଆସ୍ଥି ଶଲ୍ୟ ସଂଘର ସଭାପତି ଡା.ଦିଲିପ୍ ସାମନ୍ତାରା ଉଦ୍ଘାଟନ କରି ଜନ ସଚେତନା କରି ଅସ୍ଥିଶଲ୍ୟ ସଂବନ୍ଧିୟ ରୋଗ ସମୁହର ନିରାକରଣ ପାଇଁ ଗୁରୁତ୍ବ ପ୍ରଦାନ କରିଥିଲେ॥ସଂପାଦକ ଡା.ବସନ୍ତ ବେହେରା ଏହି ମଂଚର ଜନହିତକର, ବୌଦ୍ଧିକ, ସାଂସକୃତିକ ଓ ପରିବାର ବୋଧ ନେଇ କାର୍ୟକ୍ରମର ଭୁୟସି ପ୍ରଂସଶା କରିଥିଲେ॥ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦୟାଳୟର ଅଧିକ୍ଷକ ଓ ଗଞାମ ଜିଲା ମୁଖ୍ୟ ଚିକିସ୍ଛାଧିକାରି ଜୋଗ ଦେଇ ଥିଲେ॥ ଏହି ଅବସର ରେ ମୁଖ୍ୟ ଅତିଥି ଏକ ମୁଖପତ୍ର ଉନ୍ମୋଚନ କରିଥିଲେ॥ମୁଖ୍ୟ ସଂପାଦକ ଡା.ଅଶୋକ କୁମାର ନାୟକ, ଓ ସହସଂପାଦକ ଡା. ବିଶ୍ବକେଶ ପାଣିଗ୍ରାହୀ ମୁଖପତ୍ର ର ଦୟିତ୍ବରେ ରହି ଏହି ଉଚ୍ଚକୋଟିର ମୁଖପତ୍ରଟିର ପ୍ରକାଶ କରିଥିଲେ॥କୋଷାଧକ୍ଷ୍ୟ ଡା.ଶୌଭାଗ୍ୟ ହୋତା କଂ ସମେତ ସମସ୍ତ ସଭ୍ୟ ଏଥିରେ ସକ୍ରିୟ ସହଯୋଗ କରିଥିଲେ॥ ଶେଷରେ ସଂଗଠନ ସଂପାଦକ ଡା.ରବିନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ॥

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.