ବ୍ରହ୍ମପୁର ବସ୍ତିବାସିନ୍ଦାଙ୍କୁ ଘରଡ଼ିହ ପଟ୍ଟା ଦିଅ ଦାବିରେ ବିକ୍ଷୋଭ

0 10

ବ୍ରହ୍ମପୁର ସହର ଉପକଣ୍ଠ ରେ ଆଜକୁ ପ୍ରାୟ 30ବର୍ଷରୁ ଉର୍ଧ୍ଵ କଳାଧରି ଜୀବନ ବିତାଉ ଥୀବା ବାସହୀନ ବସ୍ତି ବାସିନ୍ଦାଙ୍କୁ ସରକାରୀ ପଟ୍ଟା ପ୍ରଦାନ କରି ଥଇଥାନ ଦାବୀ ରେ ଆଜି ବ୍ରହ୍ମପୁର ବସ୍ତି ବାସିନ୍ଦା ମହାସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାରାଯାଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତେ ଦାବୀ ପତ୍ର ପ୍ରଦାନ କରା ଯାଇଛି. ଦାବୀ ପତ୍ରରେ ଉଲ୍ଲେଖ କରା ଯାଇଛି ଯେ, ଓଡିଶା ବସ୍ତିବାସିନ୍ଦା ଭୂମି ଅଧିକାର ଆଇନ -2017ଟି କେବଳ ବିଜ୍ଞାପିତ ଅଂଚଳ ପରିଷଦ ଏବଂ ପୌର ପରିଷଦ ଅଂଚଳ (ମୁନିସିପାଲିଟି )ରେ ବସବାସ କରି ରହୁଥିବା ଭୂମିହୀନ ଗରିବ ଲୋକଙ୍କୁ ଘର ପଟ୍ଟା ଦେବା ପାଈଁ ଉଦ୍ଧିଷ୍ଟ ଥିବାବେଳେ ରାଜ୍ୟ ର ବ୍ରହ୍ମପୁର ସମେତ 5 ମହାନଗର ର ବସ୍ତି ବାସିନ୍ଦାଙ୍କ ନିମନ୍ତେ ଏହା ଲାଗୁ ହୋଇନାହିଁ ଫଳରେ ବ୍ରହ୍ମପୁର ମହାନଗର ବସ୍ତି ବାସିନ୍ଦା ଲୋକେ ଘରଢି଼ ହ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ମହାସଂଘ ଆବାହକ ବସନ୍ତ ନନ୍ଦ ଅଭିଯୋଗ କରିଛନ୍ତି. ଏଣୁ ସରକାର ବ୍ରହ୍ମପୁର ମହାନଗର ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ଦେଇ ଥଇଥାନ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି. ବ୍ରହ୍ମପୁର ଉପଜିଲ୍ଲାପାଳ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତିଦେବା ପରେ ବିକ୍ଷୋଭ କାର୍ଯ୍ୟକ୍ରମ ଶେଷ ହୋଇଥିଲା. ପ୍ରାୟ 10ଟି ବସ୍ତି ରୁ ଶତାଧିକ ମହିଳା ଏବଂ ପୁରୁଷ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ. ଆଜିର ଏ କାର୍ଯ୍ୟକ୍ରମ ରେ ମହାସଂଘ ର ସଭାପତି ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ଯୁଧିଷ୍ଠିର ମହାରଣା, ସୁରେନ୍ଦ୍ର ନାୟକ, ଚିଟି ବାବୁ, ଗୀତା ପଟନାୟକ, ହର ସେଠି, ଜାନକୀ ଆମ୍ମା, ସୁଶାନ୍ତ ବେହେରା, ଗଜେନ୍ଦ୍ର ବହାଦୁର, ମଞ୍ଜୁ ସାହୁ, ଜୟନ୍ତୀ ନାହାକ, ସବିତା ସାହୁ, ଲକ୍ଷ୍ମୀ ସାହୁ, ଗଣେଶ ସାହୁ, ପଙ୍କଜ ପଳେଇ, ଲକ୍ଷ୍ମୀ ପାତ୍ର, ରୀନା ମହାରଣା, ବୁଦ୍ଧି ଆମ୍ମା ପ୍ରମୁଖ ନେତୃତ୍ୱ ନେଇଥିଲେ ଲ

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.