ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପର୍ଯ୍ୟନ୍ତ ଆନ୍ଦୋଳନ କରିବ ଓଡ଼ିଶା ଡେଭଲପମେଣ୍ଟ ଫୋରମ

0 10

ଗଞ୍ଜାମ ଜିଲ୍ଲାରେ ଶିଳ୍ପ, ପର୍ଯଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ର ବିକାଶ ପାଇଁ ବ୍ରହ୍ମପୁର ଠାରେ Green Field Civilian & Cargo ବିମାନ ବନ୍ଦର ର ପ୍ରତିଷ୍ଠା ଅତ୍ୟନ୍ତର ଆବଶ୍ୟକତା ରହିଛି। ତେଣୁ ଏହି ଦାବି ପୂରଣ ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ତରଫରୁ ଗତ ଦୁଇ ବର୍ଷ ହେଲା ଆନ୍ଦୋଳନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, 5T ସଚିବ ଓ ଜିଲ୍ଲପାଳ ଙ୍କୁ ବାରମ୍ବାର ସ୍ମାରକ ପତ୍ର ଦିଆ ଯାଇଛି। କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ସ୍ଵଷ୍ଠ ଚିତ୍ର ମିଳୁନଥିବା ରୁ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପର୍ଯ୍ୟନ୍ତ ଆନ୍ଦୋଳନ କରିବା କୁ ଏକ କାର୍ଯ୍ୟକ୍ରମ ରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ଶପଥ ନେଇଛନ୍ତି। ପ୍ରଶ୍ନ ଉଠୁଛି ଯେ ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଓ ୫ ଥର ମୁଖ୍ୟମନ୍ତ୍ରୀ ହେବାପରେ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଛଘୁଞ୍ଚା ଦେଉଥିବା କାରଣ କଣ?

ଗତ ୨୨ ବର୍ଷରେ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ କୌଣସି ବଡ଼ ବିକାଶ କାମ ହୋଇ ନଥିବା ବେଳେ ଜିଲ୍ଲା କୁ ବ୍ୟାପକ ଅବହେଳା କରାଯାଉ ଥିବାରୁ ଜିଲ୍ଲା ବାସୀ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ କ୍ଷମା କରିବେ ନାହିଁ ବୋଲି ଫୋରମ୍ କାର୍ଯ୍ୟକର୍ତ୍ତା କହିଛନ୍ତି। ଗତ ୨୨ ବର୍ଷ ରେ ରାଜ୍ୟ ର ବିଜେଡି ସରକାର ଭୁବେନଶ୍ବର-କଟକ-ପୁରୀ ଓ ପଶ୍ଚିମ ଓଡ଼ିଶା ର ବିକାଶ କରୁଛନ୍ତି କିନ୍ତୁ ଦକ୍ଷିଣ ଓଡ଼ିଶା ପାଇଁ ମୁହଁ ମୋଡୁଛନ୍ତି କାହିଁକି ବୋଲି ପ୍ରଶ୍ନ କରାଯାଇଛି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ରେ ରାଜ୍ୟ ସରକାର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି।
ଉତ୍କେଳା, ଜୟପୁର, ବାରିପଦା, ଧାମରା ପ୍ରଭୃତି ଅନେକ ଛୋଟ ସହର ରେ ନୂଆଁ ବିମାନ ବନ୍ଦର ର ପ୍ରସ୍ତାବ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି। ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ବି ଓଡ଼ିଶା ସରକାର ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି। ଯେଉଁ ଜାଗା Berhampur Master plan ରେ ଚିହ୍ନଟ ହୋଇଛି ତାହା ଗଞ୍ଜାମ ଜିଲ୍ଲା ନେତା ଙ୍କ ହିନ ରାଜନୈତିକ ଚକ୍ରାନ୍ତ ଯୋଗୁଁ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁ ନାହିଁ।
ଦୁଃଖ ର ବିଷୟ, ଏହି ସବୁ ତଥ୍ୟ ଓ ଗତ ୨୦ ବର୍ଷର ଆନ୍ଦୋଳନ କୁ ଧ୍ୟାନ ନଦେଇ ହଠାତ୍ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଗତ କିଛି ଦିନ ତଳେ ଘୋଷଣା କରିଛନ୍ତି ଯେ ରଙ୍ଗେଇଲୁଣ୍ଡା ରୁ ଶୀଘ୍ର ଭୁବନେଶ୍ୱର ଓ ବିଶାଖାପାଟଣା କୁ ୧୦ ସିଟ୍ ର ଏକ ଖେଳନା ବିମାନ ଉଡ଼ିବ। ୨୦୦୮ ରେ ଏହି ଯୋଜନା ଅସଫଳ ହେବା ପରେ ପୁଣି ଗଞ୍ଜାମ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ନବୀନ ସରକାର ଚେଷ୍ଟା କରୁଛି ବୋଲି ଫୋରମ୍ ଅଭିଯୋଗ କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଭିନ୍ନ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କୋୖଣସି ପ୍ରସ୍ତାବ ଦେଇନାହାନ୍ତି, କିନ୍ତୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଏଥିରେ ସହଯୋଗ କରିବେ।
ତେଣୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର ସଭାପତି ରାମ ପ୍ରସାଦ ତ୍ରିପାଠୀ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ କୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ର ସ୍ଥିତି ସଂପର୍କରେ ଜନସାଧାରଣ ଙ୍କୁ ତୁରନ୍ତ ଅବଗତ କରିବାକୁ ଓଡ଼ିଶା ସରକାର ଙ୍କୁ ଆହ୍ବାନ ଦେଇଥିଲେ ଓ ବ୍ରହ୍ମପୁରରେ green field Civilian & Cargo Airport ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ ଙ୍କ ସହିତ ଉପ ସଭାପତି ଶ୍ରୀମତୀ ବବିତା ପାତ୍ର, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ବାଳ କୃଷ୍ଣ ସାମନ୍ତରାୟ, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ,ମାନସ ରଞ୍ଜନ ପାତ୍ର, ରମେଶ ଚନ୍ଦ୍ର ସାହୁ, MVS ଭାସନ୍, B ଶଙ୍କର ପାତ୍ର, ମଣ୍ଟୁ, ରୋହିତ, ସୁଦାମ ବାବୁ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.