ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ସ୍ଥଗିତ ରଖିବା ନେଇ ଆସନ୍ତା ସପ୍ତାହରେ ହାଇ କୋର୍ଟରେ ରିଟ ଦାଖଲ କରିବ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି

0 3

ବ୍ରହ୍ମପୁର : ଦୀର୍ଘ ଦିନର ଦାବୀ, ଆନ୍ଦୋଳନ , ପଞ୍ଚାୟତର ମିଶ୍ରଣ ଇଚ୍ଛା ସଂକଳ୍ପ ପତ୍ର ଏବଂ ସର୍ବୋପରି ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ସ୍ୱତ୍ତେ ସହର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ କୌଣସି ନିଷ୍ପତ୍ତି ନେବାରେ ସରକାର ଅସମର୍ଥ ହେଇଥିବାରୁ ଏହାର ପ୍ରତିବାଦରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମିଶ୍ରଣ ପକ୍ରିୟା ସମାପ୍ତ ନହେଲା ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଆସନ୍ତା ସପ୍ତାହରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯିବ।ଏ ନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ସହର ତଳି ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ସରକାର ୨୦୦୮ ମସିହାରେ ମହାନଗର ନିଗମ ଗଠନ ପୂର୍ବରୁ ଯେଉଁ ଘୋଷଣା କରିଥିଲେ ତାହାକୁ ପ୍ରକୃତ ଅର୍ଥରେ କାର୍ଯ୍ୟକାରୀ କରି ତୁରନ୍ତ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ଦିନରୁ ଦାବୀ ଏବଂ ଆନ୍ଦୋଳନ ହୋଇ ଆସୁଛି। କାରଣ ସହର ତଳି ଅଞ୍ଚଳ ଗୁଡିକରେ କୌଣସି ଗ୍ରାମାଞ୍ଚଳ ସତ୍ତା ନାହଁ। ଏହି ଅଞ୍ଚଳ ଗୁଡ଼ିକର ପରିବେଶ ସହର ଠାରୁ ବଳିଗଲାଣି । ଏଠାକାର ଏକ ତୃତୀୟାଂଶ ଜମି ଆଉ ଚାଷ ଜମି ରୂପେ ବ୍ୟବହୃତ ହେଉନାହିଁ। ଯାହାକି ମୁନିସିପାଲ କର୍ପୋରେସନ ଆକ୍ଟର ଧାରା ତିନି ଅନୁସାରେ ସ୍ୱତପୃତ ସହରାଞ୍ଚଳ ରୂପେ ଧରାଯିବ ବୋଲି ଉଲ୍ଲେଖ ରହିଛି ଯେଉଁ କଥାକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି । ଏତଦବ୍ୟତୀତ ନିମଖଣ୍ଡି ଗ୍ରାମ ପଞ୍ଚାୟତ ମହାନଗର ଗଠନ ସମୟରୁ ଏବଂ ଅଧୁନା ସଦ୍ୟ ଲୋଚାପଡା ଗ୍ରାମ ପଞ୍ଚାୟତ ସହ ଅନ୍ୟ ତିନୋଟି ଗ୍ରାମ ମିଶ୍ରଣ ନେଇ ନିଜ ଇଚ୍ଛା ଜାହିର କରି ସଂକଳ୍ପ ପତ୍ର ପାସ କରି ସରକାରଙ୍କ ଠାରେ ଦାଖଲ କରିବା ସ୍ୱତ୍ତେ ମଧ୍ୟ ତାହାକୁ ସାମିଲ କରିବା ଦିଗରେ ସରକାର କୌଣସି ପଦକ୍ଷେପ ନ ନେଇ ସ୍ଥାନୀୟ ପଞ୍ଚାୟତ ଓ ମୁନିସିପାଲ୍ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାରୁ କମିଟି ଚିନ୍ତା ପ୍ରକଟ କରିଛି। ମାନ୍ୟବର ସ୍ଥାନୀୟ ସାଂସଦ, ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଥିବାରୁ କମିଟିର ଭରସା ରାଜନୈତିକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆଉ ନାହିଁ। ସହର ତଳି ଅଞ୍ଚଳ ପ୍ରତି ରାଜନୈତିକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଏହି ଛଳନା ଏବଂ ପ୍ରତାରଣା ପୂର୍ଣ୍ଣ ଆଚରଣକୁ ଆନ୍ଦୋଳନ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ଉଚ୍ଚ ନ୍ୟାୟଳୟ ର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରି ବୈଧାନିକ ହସ୍ତକ୍ଷେପ ଲୋଡ଼ିବ ଏବଂ ନିର୍ବାଚନ ବନ୍ଦ କରିବାକୁ ଆବେଦନ କରିବା ପାଇଁ କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି,ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.