ବ୍ରହ୍ମପୁର ର ଆମ୍ବପୁଆରେ ନବରାତ୍ରପୂଜା ସମାହିତ, ବର୍ଣ୍ଣାଢ୍ୟ ସମ୍ଭାରରେ ବିଜୟଦଶମୀ ପାଳିତ

0 7

ବ୍ରହ୍ମପୁର ମହାନଗରୀ ୪୦ନଂ ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଅଞ୍ଚଳରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଆମ୍ବପୁଆ ସ୍ଥ ଶ୍ରୀଶ୍ରୀ ଜଗନ୍ନାଥମନ୍ଦିର ପରିସରରେ ପାର୍ଶ୍ୱ ଦେବାଦେବୀ ଙ୍କ ମଧ୍ୟରେ ପୂଜା ପାଉଥିବା ମା’ ବିମଳା ଦେବୀଙ୍କ ପୀଠ ରେ ଚଳିତବର୍ଷ ଅଗଣିତ ଶ୍ରଦ୍ଧାଳୁ-ଭକ୍ତଙ୍କ ଗହଣରେ ଯଥାରୀତିରେ ନବରାତ୍ର ପୂଜା ଆରମ୍ଭ ହୋଇ ମା’ ଙ୍କ ଦୈନିକ ପୂଜାର୍ଚ୍ଚନା ସହ ସମ୍ପାଦିତ ହୋଇ ପବିତ୍ର ବିଜୟାଦଶମୀ ଉତ୍ସବ ମଧ୍ୟ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ପୂଜାରୀ ଭାବେ ବୁଲା ପାଢ଼ୀ ଏବଂ କର୍ତ୍ତା ଭାବେ ପୂର୍ବତନ କର୍ପୋରେଟର ଜି.ଗୋପାଳ ରେଡ୍ଡୀ ଦାୟିତ୍ୱ ସମ୍ପାଦନା କରିଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ମିଳିତଉଦ୍ୟମରେ ନବରାତ୍ର ପୂଜା ଏବଂ ବିଜୟା ଦଶମୀ ବର୍ଣ୍ଣାଢ୍ୟ-ସମ୍ଭାରରେ ସମ୍ପାଦନ ହୋଇଥିଲା ।

ବ୍ରହ୍ମପୁର ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.