ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ୭୪ତମ ଏନସିସି ଦିବସ ପାଳିତ ହୋଇଯାଇଛି। କଲେଜ ଏନସିସି ଅଫିସର ଲେଫ୍ଟନାଣ୍ଟ ମେଘନାଦ ପ୍ରଧାନଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ ଭାରପ୍ରାପ୍ତ ଅଧଃକ୍ଷା ଡ଼ଃ ଅନିତା କୁମାରୀ ପଣ୍ଡା ପରେଡ଼ ଅଭିବାଦନ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଏନସିସି କେଡ଼େଟ ମାନଙ୍କୁ ଉଦବୋଧନ ଦେଇ ସମାଜ କଲ୍ୟାଣରେ ଜୀବନର କିଛି ମୂଲ୍ୟବାନ ସମୟ ଅତିବାହିତ କରିବାକୁ ଉପଦେଶ ଦେଇଥିଲେ। ଜୀବନରେ ଶୃଙ୍ଖଳା ମୂଲ୍ୟବୋଧକୁ ଅନୁଭବ କରିବା ଏବଂ ଏହାକୁ କାର୍ଯ୍ୟ ରେ ପରିଣତ କରି ସମାଜର ଜଣେ ଦାୟିତ୍ବବାନ ନାଗରିକ ହେବ ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ। ପେରେଡ ରେ ୩ ଓଡିଶା ମେଡ଼ିକାଲ ଏନସିସି ୟୁନିଟର ସାମରିକ କର୍ମଚାରୀ ନାଏବ ସୁବେଦାର ବାଳକୃଷ୍ଣନ , ହାବଲଦାର ପଣ୍ଡା ଏବଂ ହାବଲଦାର ରେଡ୍ଡୀ ଉପସ୍ଥିତ ରହିବା ସହିତ କଲେଜର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସଚ୍ଚିଦାନନ୍ଦ ଦାଶ, କଲେଜ କର୍ମଚାରୀ ସଙ୍ଘର ସଭାପତି ଶ୍ରୀ ଦୀପକ ରଞ୍ଜନ ମିଶ୍ର, ଶିକ୍ଷା ବିଭାଗର ବିଭାଗୀୟ ମୂଖ୍ୟ ଡ଼ଃ ଅଜୟ କୁମାର ପେଣ୍ଠଇ, ଶ୍ରୀ ସପନ କୁମାର ସେଠୀ ଓ କଲେଜର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କେଡ଼େଟ ମାନଙ୍କୁ ଉତ୍ସlହିତ କରିଥିଲେ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )