ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇଲା ବେଳେ ଭାସିଗଲେ ଛାତ୍ର

0 9

ଢେଙ୍କାନାଳ : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଘଟିଛି। ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବାକୁ ଯାଇ ଭାସିଗଲେ ଜଣେ ଛାତ୍ର। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ନିଖୋଜ ଛାତ୍ର ଜଣଙ୍କ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋସନ ନାୟକ। ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ଛାତ୍ର ରୋସନ ଯାଜପୁର ଜିଲ୍ଲା ‘ସୂର୍ଯ୍ୟପ୍ରଭା’ ଦୈନଦିନ ଖବରକାଗଜର ପ୍ରତିନିଧି ସରତ ପଥାଳଙ୍କ ଭଣଜା । ମିଳିଥିବା ସୂଚନା ଅନୁସାରେ, ରୋସନ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ। ସେଠାରେ ଡଙ୍ଗା ଭସାଇ ବୁଡ଼ ପକାଇବା ବେଳେ ସେ ଭାସିଯାଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଡଙ୍ଗା ସାହାଯ୍ୟରେ ରୋସନଙ୍କୁ ବହୁତ ଖୋଜାଖୋଜି କରି ତାର ମୃତ ଦେହକୁ ଠାବ କରି ଢେଙ୍କାନାଳ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ପିଲାଟିକୁ ମୃତ ଘୋଷଣା କରି ବ୍ଯବେଚ୍ଛଦ କରାଇଥିଲେ । ଶୋକ ଶନ୍ତପ୍ତ ପରିବାର ସହ ମାମୁଁ ଯାଜପୁର’ସୂର୍ଯ୍ୟପ୍ରଭା’ ଜିଲ୍ଲା ପ୍ରତିନିଧି ସରତ ପଥାଳ ସନ୍ଧ୍ୟା ରେ ଶବ ସଂସ୍କାର କରିଥିବା ସୂଚନା ମିଳିଛି । ରୋସନ ବାପାମା’ଙ୍କର ଗୋଟାଏ ପୁଅ ଥିଲେ। ତାଙ୍କର ନିଖୋଜ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଢେଙ୍କାନାଳ ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.