ବ୍ଲକ କାର୍ଯ୍ୟାଳୟରୁ ସରପଞ୍ଚଙ୍କୁ ଘୋସାରି ନେଇ ମାଡ ମରିବା ଫଟୋ ଭାଇରାଲ ପୁଲିସ୍ ନିରବ

0 205

ରାଜ୍ୟରେ ଆଗାମୀ ଦିନରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଥିବା କ୍ଷମତାସୀନ ବିଜୁ ଜନତା ଦଳର ସୁପ୍ରିମୋ ଦୈନଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କାଡ,ମୋ ସ୍କୁଲ ଉଣ୍ଣତିକରଣ ସହ ବିଭିନ୍ନ ପ୍ରକଳ୍ପର ଭ୍ରିତିପ୍ରସ୍ରର ଉଦଘାଟି କିରୁଥିବା ଦେଖିବାକୁ ମିଳୁଥିବା ବେଳ ଅଧିକାଂଶ ନେତା ଏବଂ କର୍ମୀ ମାନେ କ୍ଷମତ ହାସଲ କରିବାକୁ ସରକରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କର ସର୍ବ ସାରଣ ସ୍ଥାନ ମାନଙ୍କରେ ନିଜର ପତିଆରା ଦେଖାଇ ସାଧାରଣରେ ନିଜ ଦଳ ସପକ୍ଷରେ ଭୋଟର ମାନଙ୍କୁ ପ୍ରଭାବିତ କରିବାର ପ୍ରୟାସ ଜାରି ରଖିବା ଦେଖି ବାକୁ ମିଳିଛି । ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସରକାରୀ ଦଳ ସହ ବିରୋଧୀ ଦଳ ମାନଙ୍କ ମଧ୍ୟରେ ଟକର ଲାଗିଥିବା ବେଳେ କ୍ଷମତା ହାସଲ କରିବା ପାଇଁ ସରକାରୀ ଦଳ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ପଦାରେ ଗଡିଗଡି ହେବା ଫଟୋଭାଇଲାଲ ହେବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଭଦ୍ରକ ଜିଲ୍ଲା ଭଣ୍ଡରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ ବିଜେଡି ଦଳର ସମର୍ଥିତ ସରପଞ୍ଚଙ୍କୁ ସେହି ଦଳର ଅସାମାଜିକ ବ୍ୟକ୍ତି ମାନେ ମାଡ ମାରିବା ସହ ତାଙ୍କ କଲର ଧରି ସର୍ବସାଧାରଣରେ ଟାଣି ଟାଟି ଭିଡି ନେବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖିବାକୁ ମିଳିଛି । ଏସଂପର୍କରେ ଭଣ୍ଡାରିପୋଖରୀ ଥାନାରେ ସରକାରୀ କି ବେସରକାରୀ କୌଣସି ଅଭିଯୋଗ ହୋଇନଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରୁ ପ୍ରକାଶ ଭଣ୍ଡାରିପୋଖରୀ ବ୍ଲକର ନମାମୀର ବିଜେଡି ସମର୍ଥୀତ ସଦାନନ୍ଦ ଦାସ(୫୯+) ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉନ୍ନୟନ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ତଦାରଖ କରୁଥିବା ସମୟରେ ନାଆମୀ ଗ୍ରାମର ବିଜେଡି ସମର୍ଥୀତ ଅସାଜିକ ଯୁବକ ଲଲାଟେନ୍ଦୁ ଜେନା ଓ ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସ୍ବାମୀ ଅରବିନ୍ଦ ପାଢୀ ସରପଞ୍ଚଙ୍କ ସାଟ କଲଧରି ଟାଣି ଟାଣି ନେବା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ୟ୍ଯ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ନିନ୍ଦନୀୟ ଘଟଣା ଦେଖି ଲୋକମାନେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଲାଗିଥିବା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପୂବର୍ତନ ବ୍ଲକ ଅଧ୍ୟକ୍ଷ ଜିଲୁ ସାମଲ କ୍ଷମତା ହାସଲ କରିବା ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମଧ୍ୟରେ ଏପରି ଅଗଣିତାନ୍ରି କାର୍ଯ୍ୟକୁ ଚିଛାକର କରିବା ଦେଖିବାକୁ ମିଳିଥିଲା । ଏ ସଂପର୍କରେ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ସଭାପତି ପ୍ରମୋଦ ନାୟକ ବିଜେଡି ଦଳର ବିଧାୟକ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର କିଛି ନେତା ମାନଙ୍କୁ ଯୋରଜବରଦସ୍ତ କ୍ଷମତା ଦେବାକୁ ଏପରି ହୀନ ଉଦ୍ୟମ କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତି । କଣ ପାଇଁ ବ୍ଳକ କଯ୍ଯାଳୟରେ ଏପରି ଗୁଣ୍ଡାରଜ ସୃଷ୍ଟି ହେଲା ତାହାର ନ୍ଯାୟୀକ ତଦନ୍ତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଭଣ୍ଡାରିପୋଖରୀ ଇପିଏ ରୁ ପ୍ରମୋଦ ନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.