ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା

0 5

ବୌଦ୍ଧ ଟାଉନ ହଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ତଥା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିଲେ l ଏହି ମେଳା ରେ ମୋଟ ୪୦୧ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 9 କୋଟି ୪୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା l ବିଭିନ୍ନ ବ୍ୟାଙ୍କ ଦ୍ୱାରା ଉଦ୍ୟୋଗ ମାନଙ୍କୁ୫ କୋଟି ୭୦ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା l ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶିକା ଶ୍ରୀମତୀ ବବିତା ରାଣୀ ଦଳ ବେହେରା, ମୁଖ୍ୟ ବ୍ୟାଙ୍କ ପରିଚାଳକ ଶ୍ରୀ ରବୀନ୍ଦ୍ର ସେଠି, ମିଶନ ଶକ୍ତି ର DPC ଶ୍ରୀ ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନ ର ଶ୍ରୀ ଫ୍ରାନସିସ ବାର୍ଲା, NABARD ବ୍ୟାଙ୍କ ର AGM ଶ୍ରୀ ତାପସ ରାଉତ, ବୌଦ୍ଧ କୋପେରେଟି ବି ବ୍ୟାଙ୍କ ର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟନାୟକ ତଥା୧୬ ଟି ବ୍ୟାଙ୍କ ରୁ ବିଭିନ୍ନ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଏବଂ୫୦୦ ରୁ ଅଧିକ SHG ସଦସ୍ୟା ମା ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ ମହିଳା ମାନଙ୍କୁ ବାଲ୍ୟ ବିବାହ ନିରାକରଣ ଓ ପ୍ରାକୃତିକ ବିପର୍ଯୟ ରୁ ସୁରକ୍ଷା ବାବଦରେ ଶପଥ ପାଠ କରାଯାଇଥିଲା l ପରିଶେଷରେ DPC ମିଶନ ଶକ୍ତି, ଶ୍ରୀ ଦେବଦତ୍ତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ.l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.