ବ୍ଳକ ସ୍ତରୀୟ ଜୀବିକା ମିଶନ୍ ମେଳା ଅନୁଷ୍ଠିତ

0 30

ରଣପୁର ବ୍ଳକ ସମ୍ମିଳନୀ ସଭା ଗୃହ ରେ ମିଶନ୍ ଶକ୍ତି ଓ ଜୀବିକା ମିଶନ୍ ବିଭାଗ ଦ୍ଵାରା ଅନୁଷ୍ଠିତ ହୋଇଥିଲା ମହିଳା ଆର୍ଥିକ ସହାୟତା ଯୋଜନା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଡିଓ ଋତୁପଣ୍ନା ମହାପାତ୍ର ଉଦ୍‌ଯାପନ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୪ଟି ବ୍ଯାଙ୍କ ର ସମସ୍ତ ମ୍ଯାନେଜର ଓ ରାଜ୍ୟ ସ୍ତରୀୟ କର୍ମଚାରୀ ରହି ମିଶନ୍ ଶକ୍ତି ଓ ଜୀବିକା ମିଶନ୍ ସମ୍ପର୍କରେ ମହିଳାଙ୍କୁ ବୁଝାଇ ଥିଲେ । ୧୯୨ ମହିଳା ଗୋଷ୍ଠୀ ଙ୍କୁ ଟଙ୍କା ପ୍ରଦାନ କରାଯାଇଛି ଏବଂ ୨୭ଟି ମହିଳା ଗୋଷ୍ଠୀ ରୁ ୨,୭୯,୨୦୦ ଟଙ୍କା ଆଦାୟ କରାଯାଇଛି । ଗ୍ରାମାଞ୍ଚଳରେ ଥିବା ମହିଳା ମାନଙ୍କର ରୋଜଗାର ନିମନ୍ତେ ଏହି କାର୍ଯ୍ୟକ୍ରମ ହୋଇଛି । ଆଗାମୀ ଦିନ ରେ ଅନେକ ଯୋଜନା ଏଥିସହିତ ହେବ । କାର୍ଯ୍ୟ ସଂଯୋଜକ ଦେବୀପ୍ରସାଦ କର ଠାରୁ ସୂଚନା ମିଳିଛି ।

ରଣପୁର ଇପିଏ ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.