ବ୍ୟବସାୟୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ର ନିରପେକ୍ଷ ତଦନ୍ତ ଦାବି କଲା ବ୍ୟବସାୟୀ ସଂଘ

0 23

ଧର୍ମଗଡ଼ : ଧର୍ମଗଡ଼ ର ବିଶିଷ୍ଟ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ(୫୬) ଗତ୬ ତାରିଖ ଦିନ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ କୁ ସାନ୍ଧ୍ୟ ଭ୍ରମଣରେ ଯାଇଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା ସ୍କୋର୍ପିଓ ସେଠାରୁ ଫେରାର ହୋଇ ଯାଇଥିଲା।ତେବେ ଦୁର୍ଘଟଣାଗ୍ରସ୍ତ ଘଟାଇ ଫେରାର ଥିବା ଗାଡି କୁ ଧରିବା ପାଇଁ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଧର୍ମଗଡ଼ ପୋଲିସ ତତ୍ପରତା ପ୍ରକାଶ କରି ଛତିଶଗଡ଼ ରାଜ୍ୟର ପରୁଆପାଲି ଗ୍ରାମରୁ ଠାବ କରିବାରେ ସଫଳ ହୋଇଥିଲା।

ଉକ୍ତ ଗାଡି ଟି ସମ୍ପ୍ରତି ଧର୍ମଗଡ଼ ଥାନା ରେ ଅଟକ ରହିଛି । ଦୁର୍ଘଟଣା ଘଟାଇ ଥିବା ଗାଡି ର ନମ୍ବର ପ୍ଲେଟ ବଦଳ, ଗାଡି ପଛ ପଟ ଗ୍ଲାସ ରେ ନୂଆ ଷ୍ଟିକରିଙ୍ଗ କରାଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇବା ପରେ ଥାନାରେ ଗାଡିକୁ ସରେଣ୍ଡର ନ କରିବା, ନମ୍ବର ପ୍ଲେଟ ବଦଳ କରିବା ଏବଂ ପଛ ପଟ କାଚର ଗ୍ରାଫିକ୍ସ କୁ ପରିବର୍ତ୍ତନ କରିବା ପଛ ରେ କିଛି ଅନ୍ୟ ଉଦେଶ୍ୟ ରହିଥିବା ଅନୁମାନ କରାଯାଉଛି । ସ୍ବର୍ଗତ ବ୍ୟବସାୟୀଙ୍କ ବ୍ୟବସାୟ ଛତିଶଗଡ଼ ରାଜ୍ୟରେ ମଧ୍ୟ ଥିବାରୁ ଦୁର୍ଘଟଣା ପଛରେ ସୁପରିକଳ୍ପିତ ଚକ୍ରାନ୍ତ ଥିବା ଘଟଣା କୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ବ୍ୟବସାୟୀ ସଂଘ ସନ୍ଦେହ ପ୍ରକାଶ କରିଛି।ଏହାକୁ ନେଇ ଗତ ଗୁରୁବାର ଦିନ ଧର୍ମଗଡ଼ ବଣିକ ସଂଘ ଧର୍ମଗଡ଼ ଥାନା ଅଧିକାରୀ ଆଶୋକ ମହାପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କୁ ଭେଟି ତଦନ୍ତ କୁ ତ୍ୱରାନ୍ୱିତ କରିବା ସହ ଜବତ ସ୍କୋର୍ପିଓ ଏବଂ ଏହାର ଚାଳକ କୁ ତୁରନ୍ତ କୋର୍ଟଚାଲାଣ ପାଇଁ ଦାବୀ କରିଛନ୍ତି । ଏହି ପରିପେକ୍ଷିରେ ଏକ ଦାବୀ ପତ୍ର ଧର୍ମଗଡ଼ ଆଇଆଇସି ,ଡ଼ିଏସପି ଏବଂ କଳାହାଣ୍ଡି ଏସପି ଙ୍କୁ ପ୍ରଦାନ କରାଯାଇଛି । ବ୍ୟବସାୟୀ ସଂଘ ସଭାପତି ଵିଦ୍ୟାଧର ସାହୁଙ୍କ ନେତୃତ୍ବରେ ସଂପାଦକ ଅରୁଣ କୁମାର ତାୟଲ, ବୈଦ୍ୟନାଥ ବେହେରା, ଶ୍ରବଣ ଅଗ୍ରୱାଲ, ସୁନିଲ ଅଗ୍ରୱାଲ,ସରୋଜ କୁମାର ସାହୁ, ନରେଶ ଚନ୍ଦ୍ର ଅଗ୍ରୱାଲ, ଅନୀଲ ଅଗ୍ରୱାଲ,ହରେଶ ଅଗ୍ରୱାଲ ପ୍ରମୁଖ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ ।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.