ଭଦ୍ରକରେ ପୁଣି ଧଳାଜହର ଜବଦ , ତିନି ଗିରଫ
ଭଦ୍ରକ ରେ କମିବାରେ ନା ଧରୁନି ବ୍ରାଉନ ସୁଗାର ବେପାର , ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରେ କୋଭିଡ ନିୟମ ଓ ହେଲମେଟ ଚେକିଂ ଚାଲିଥିବା ସମୟରେ ବାଲେଶ୍ଵର ପଟୁ ଆସୁଥିବା ଏକ ବାଇକ ରେ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଚେକିଂ କରିବା ସମୟରେ ତାଙ୍କ ନିକଟରୁ ୩୧୬ ଗ୍ରାମ୍ ବ୍ରାଉନ ସୁଗାର, ନଗଦ ୪୦୦ ଟଙ୍କା , ଆଧାର କାର୍ଡ ଓ ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ଜଣେ ମହିଳା ସମେତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ | ଗିରଫ ଚୋରା ବେପାରୀ ହେଲେ ଚରମ୍ପା ବଉଳ ପୋଖରୀ ଗାଁର କପିଳ ମଲ୍ଲିକ(୨୨)ବର୍ଷ ଓ ଧନେଶ୍ୱର ମଲ୍ଲିକ(୨୬)ବର୍ଷ ଏବଂ ଯାଜପୁର ଜିଲ୍ଲା ବଡ଼ଚଣାର ସୂଂଗୁଡ଼ା ଗାଁର ଶ୍ରୀମତୀ ଟୁନି ନାୟକ(୩୩)ବର୍ଷ | ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ କେଉଁଠାରୁ ବ୍ରାଉନ ସୁଗାର ଆସୁଛି ଅଧିକ ତଦନ୍ତ କରୁଛି ପୁଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା
ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )