ଭଦ୍ରକରେ ମମିତା ମୃତ୍ୟୁ ତାତି : ସିପିଆଇ (ଏମ-ଏଲ) ପକ୍ଷରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳା ଦାହ

0 3

ଭଦ୍ରକ ଜିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମମିତା ମଡ଼ର କେସ ରେ ମନ୍ତ୍ରୀ ଙ୍କ ଇସ୍ତଫା ଓ ଗିରଫ ଦାବି ରେ ଅଖିଳ ଭାରତ ପ୍ରଗତିଶୀକ ମହିଳା ସମିତି ଭଦ୍ରକ ପକ୍ଷରୁ ବିରାଟ ଶୋଭାଯାତ୍ରା ଓ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଜବରଦସ୍ତ ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ ଅନୁଷ୍ଠିତ ହୋଇଯାଇଛି । ସେଠାରେ ଅନେକ ମହିଳା ଏବଂ ଯୁବକ ମାନେ ଉପସ୍ଥିତ ରହି ବିକ୍ଷପ କରିଥିଲେ । ସମରବଳ ସିପି ଆଇଏମେଲ ଲିଭେରେସନ୍ ର ଭଦ୍ରକ ଜିଲ୍ଲା ର ସଂପାଦକ ଆଜି କଳାହାଣ୍ଡିର ମମିତା ମଡ଼ର କୁ ନେଇ ଏକ ବିକ୍ଷୋପ କରି କହିଛନ୍ତି ତାଙ୍କ ପରିବାର କୁ କୋଟିଏ ଟଙ୍କା ଦିଆଯାଉ , ଏବଂ ତାଙ୍କୁ ନ୍ୟାୟ ମଧ୍ୟ ମିଳୁ , ଓଡିଶା ସରକାର ଙ୍କର ଏଭଳି ବହୁତ ହତ୍ୟା କାରି ଘଟଣା ରେ ପରିବାର କୁ ସୁରକ୍ଷା ଦିଆଯାଉନାହିଁ , ଏନେଇ ଆଜି ଏହି ଆନ୍ଦୋଳନ ହୋଇଥିଲା ।

ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.