ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଏରେଇ ଗ୍ରାମ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ପକ୍ଷରୁ ଏରେଇ ସରପଞ୍ଚ ଅଶ୍ଵିନି ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଭଦ୍ରକ ସାଂସଦ ଓ ବିଧାୟକ । ଏହି ଅବସରରେ ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଭଦ୍ରକ ସଂଜୀବ ମଲ୍ଲିକ,ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ ,ପୂର୍ବତନ ବିଧାୟକ ମୁକ୍ତି ମଣ୍ଡଳ,ଯୁବନେତା ଜିତ ପଡ଼ିଆରୀ,ପ୍ରମୋଦ ବନ୍ଧ ଓ ତପନଙ୍କ ସମେତ ଅନେକ ଲୋକ ଭାଗ ନେଇ ଏହି ରକ୍ତବିନ୍ଦୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ରଣା ନିଜେ ପ୍ରଥମେ ରକ୍ତ ଦାନ କରିବା ସହିତ ଶତାଧିକ ଲୋକଙ୍କୁ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ କରାଇଥିଲେ । ଏପରି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏରେ଼ଇ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସ୍କୁଲରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )