ଭଦ୍ରକ ମହିଳା ମୋର୍ଚ୍ଚା ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

0 3

ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଭାଗବତ ମଣ୍ଡପ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଜନ୍ମଦିନ ସେବା ସପ୍ତାହ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଅନେକ କର୍ମୀ ଓ ସମର୍ଥକ ସ୍ଵଚ୍ଚାକୃତ ଭାବେ ରକ୍ତ ଦାନ କରିଥଲେ । ରକ୍ତ ଅଭାବ ଯୋଗୁଁ ଦେଶରେ ଅନେକ ନିରୀହ ଜୀବନ ଚାଲିଯାଉଛି। ସେମାନଙ୍କୁ ରକ୍ତର ଅଭାବ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି , ଯାହାଦ୍ୱାରା ଅନେକ ଜୀବନ ରକ୍ଷା ହୋଇ ପାରିବ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ବିଧାୟକ ପାର୍ଥି ପ୍ରଦୀପ ନାୟକ ସମେତ,ଯୁବନେତା ଦୁର୍ଗା ଦାସ,ଲିପିକା ବାରିକଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତି ରହି ରକ୍ତ ଦାନ ଶିବିର ପରିଚାଳନା କରିଥିଲେ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.