ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0 6

ପୋଲସରା : ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା କମିଟି ପକ୍ଷରୁ ଆହ୍ୱାନ କ୍ରମେ ଏଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାର୍ଟ ର ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ , ଉପସଭାପତି ପ୍ରଭାକର ପଣ୍ଡା , ସମ୍ପାଦକ ସିମାଞ୍ଚଳସାହୁ ଏବଂ ହାତିଓଟ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ରହି ପୋଲସରା ଓ ବୁଗୁଡା ବ୍ଳକ ଓ ଏନ୍ଏସି ରେ ଚାଲ ଚାଲିଥିବା ବ୍ୟାପକ ଦୁର୍ନୀତି ବିଷୟରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ପୋଲସରା ବିଧାୟକ ଙ୍କ ହାତ ବାରିସି ସାଜିଥିବା ଏବଂ ପୋଲିସ ମଧ୍ୟ ବିଧାୟକ ଇଙ୍ଗିତ ରେ ପେଷାଦାର ଅପରାଧୀ ମାନଙ୍କୁ ସୁରକ୍ଷା ଦେଉଥିବା ବେଳେ ବିଜେପି ଦଳର ନିରପରାଧି କର୍ମୀ ମାନଙ୍କ ନାମରେ ମିଥ୍ୟା ମକଦ୍ଦମା କରି ହଇରାଣ କରୁଛି ବୋଲି ଅଭିଯୋଗ କରିଥିଲେ। ଆଜି ର ସାମ୍ବାଦିକ ସମ୍ମିଳନୀ ର ଲଘୁଚାପ ଜନିତ ଲଗାଣ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଯଥେଷ୍ଟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ସବୁ ସମସ୍ୟା ର ସମାଧାନ ନହେଲେ ଦଳ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ବିଜେପି ନେତା ମାନେ ଚେତାବନୀ ଦେଇଛନ୍ତି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.