ଭାରତୀୟ ଜନତା ପାର୍ଟୀ ତରଫରୁ ମୟୁରଭଂଜ ବନ୍ଦ ର ପ୍ରଭାବ ଶାନ୍ତି ଶୃଂଖଳା
ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ର ଝାଡ଼ପୋଖରିଆ ଓ ସାରସକଣା ଅଂଚଳ ରେ ଭାରତୀୟ ଜନତା ପାର୍ଟୀ ତରଫରୁ ମୟୁରଭଂଜ ବନ୍ଦ ର ପ୍ରଭାବ ଶାନ୍ତି ଶୃଂଖଳା ସହିତ ସମ୍ପୁର୍ଣ ସଫଳ ହେବାର ଦେଖା ଯାଇଥିଲା | ଏହି ବନ୍ଦ ଡାକରା ରେ ସାରସକଣା ବିଧାୟକ ଶ୍ରୀ ବୁଢ଼ାନ୍ ମୁର୍ମୁ ଙ୍କ ସହିତ ବହୁ ବୀ. ଜେ. ପୀ. କର୍ମୀ ଯୋଗ ଦେଇଥିଲେ | ପ୍ରକାଶ ଥାଉକି ମୟୁରଭଂଜ ଜିଲ୍ଲା ର ସମସ୍ତ ପି.ଏଚ୍.ସି.ସି.ଏଚ୍.ସି. ଡାକ୍ତରଖାନା ଗୁଡିକରେ ଡାକ୍ତର ଖାଲି ପଡ଼ିଥିବା ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମହାବିଦ୍ୟାଳୟ ଓ ଡାକ୍ତରଖାନା ରେ ଉପଯୁକ୍ତ ଚିକିତ୍ସା ନ ପାଇ ଆସୁଥିବା ରୋଗୀ ମାନଙ୍କୁ ଅନ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଉଥିବା ଏବଂ ପୂର୍ବରୁ ବିଜୁ କୃଷକ କଲ୍ଯାଣ ଯୋଜନା ରେ ସତୁରି ହଜାର ଟଙ୍କିଆ ସ୍ୱାସ୍ଥକାର୍ଡ ଦେଇଥିଲେ ମଧ୍ୟ ସେଥିରେ ଜଣେ ହେଲେ ବି ଉପକୃତ ହୋଇପାରିନଥିଲେ ,,,ବର୍ତମାନ ପୁଣି ବିଜୁ ସ୍ୱାସ୍ଥକାର୍ଡ ବଣ୍ଟନ କରାଯିବା ର ମାନେ କଣ,ଏହା
ଏକ ମୁଖ୍ୟମନ୍ତ୍ରୀ ଙ୍କ ର ନିର୍ବଚନୀ ଚାଲ୍ ବା ଛଳନା କହି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ କଳାପ ଓ ସ୍ମାର୍ଟକାର୍ଡ ବଣ୍ଟନ କୁ B. J. P. ଓ J. M. M. କର୍ମୀମାନେ ବିରୋଧ କରୁଥିବା ସମୟରେ B. J. D ଦଳର କର୍ମୀମାନେ B.J.P ଓ J. M. M ଦଳର କର୍ମୀ ମାନଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ ଉକ୍ତ ଘଟଣା କୁ ବିରୋଧ କରିବା ସହିତ ଆଉ କିଛି ଦାବୀ ଯଥା ମମିତା ମର୍ଡର କେଶ୍ ର ଅଭିଯୁକ୍ତ ଅରୋପୀ ମାନଙ୍କୁ ଉପଯୁକ୍ତ ଦଣ୍ଡ ପାଇବା,ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଅନୁସାରେ ଉତ୍ତର ଓଡ଼ିଶା ର ଏକ ମାତ୍ର ମୟୁରଭଂଜ ଆୟୁର୍ବେଦିକ ମହାବିଦ୍ୟାଳୟ ଏବଂ ହେମିୟପାତିକ୍ କଲେଜ୍ କୁ କାର୍ଯ୍ୟକ୍ଷମ କରାଇବା,ବାରିପଦା ସହର କୁ ବନ୍ୟା ଋ ରକ୍ଷା କରିବା,ପାନୀୟ ଜଳ ଯୋଗାଇ ଦେବା, ଏକ ଛଉ ଏକାଡେମୀ ଓ ମଞ୍ଚାବନ୍ଧା ଠାରେ ଇକୋ ଟୁରୀଜିମ୍ ପ୍ରତିଷ୍ଠା କରିବା, ବନ୍ଦ ହୋଇ ପଡିଥିବା ନିକୋ ଫେକ୍ଟ୍ରି , ସ୍ପିନିଂ ମିଲ୍,ଗଞ୍ଜି କାରଖାନା ଓ ଝରିଆ କୋଣାର୍କ ପେପର୍ ମିଲ୍ ଏବଂ ଅର୍ବାନ୍ ବ୍ଯାଂକ କୁ କାର୍ଯ୍ୟକ୍ଷମ କରାଇବା ସହିତ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଧୀ ପ୍ରତ୍ୟାହାର, ଚିଟଫଣ ଜମାକାରୀ ମାନଙ୍କୁ ଟଂକା ଫେରସ୍ତ କରିବା,ଉପଯୁକ୍ତ ହିତଧୀକାରୀ ମାନଙ୍କୁ ଭୂମି ହୀନ ପଟ୍ଟା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର,ପ୍ରାକ୍ରୁତିକ ବିପର୍ଯ୍ୟସ୍ତ ଲୋକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା,କୁଡମୀ ଜାତି କୁ ଆଦିବାସୀ ତାଲିକା ଭୁକ୍ତ କରିବା ଏବଂ କୋଭିଡ୍ ଜନିତ ମୃତ୍ୟୁ ବରଣ କରିଥିବା ଲୋକ ମାନଙ୍କୁ ପ୍ରାମାଣ ପତ୍ର ଦେବା ସହିତ ସହାୟତା ପ୍ରଦାନ କରିବା ଇତ୍ୟାଦି ଦାବୀ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ତରଫରୁ 25/10/21 ରିଖ ସୋମବାର ଦିନ 12 ଘଣ୍ଟିଆ ବନ୍ଦ ପାଳନ କାରାଯାଇଛି |ଏଥିରେ ସମସ୍ତ ଦୋକାନ ବଜାର, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥବା ସହିତ 18 ଓ 49 ନମ୍ବର ଜାତୀୟ ରାଜପଥ ରେ ସମସ୍ତ ଗାଡି ମୋଟର ବନ୍ଦ କରିଥିଲେ | ଏ ବିଷୟରେ ବିଧାୟକ ଶ୍ରୀ ବୁଢ଼ାନ୍ ମୁର୍ମୁ କଣ କହୁଛନ୍ତି ଆସନ୍ତୁ ଶୁଣିବା ।
ମୟୁରଭଂଜ ଜିଲ୍ଲାରୁ ମାନଗୋବିନ୍ଦ ପାଣଗ୍ରାହୀଙ୍କ ରିପଟ୍ ।
ମୟୁରଭଂଜଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )