ଭାରତୀୟ ଜନତା ପାର୍ଟୀ ର ଦ୍ବିତୀୟ ମଣ୍ଡଳ ପରିବର୍ଦ୍ଧିତ ଓ କାର୍ଯ୍ୟ କାରିଣୀ ବୈଠକ

0 6

ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଧଙ୍ଗୁଡୀ ଶୋଳ ହାଟ ପଡିଆ ଠାରେ ଭାରତୀୟ ଜନତା ପାର୍ଟୀ ର ଦ୍ବିତୀୟ ମଣ୍ଡଳ ପରିବର୍ଦ୍ଧିତ ଓ କାର୍ଯ୍ୟ କାରିଣୀ ବୈଠକ ସଭାପତି ସପନ ପାଢୀ ଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି | ଉକ୍ତ ବୈଠକରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବୁଢ଼ାନ୍ ମୁର୍ମୁ,ମୟୁରଭଂଜ ପୁର୍ବ ସଙ୍ଗଠାନିକ ସାଧାରଣ ସମ୍ପାଦକ ବିଜୟ ଦାସ‌,ମୁଖ୍ୟ ବ୍ୟକ୍ତା ସଞ୍ଜୀବ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୁରୀଲାଲ୍ ମହାନ୍ତ,ଉପ ସଭାପତି ପଶ୍ଚିମ ମୟୁରଭଂଜ ହାବଡା,ଝାଡ଼ ପୋଖରିଆ ମଣ୍ଡଳ ର ପର୍ଯବେକ୍ଷକ ତାପସ ଦତ୍ତ,ଆନନ୍ଦ ରାମ,ଅମୂଲ୍ୟ ଦଣ୍ଡପାଟ୍,ମନୋଜ ମହାନ୍ତ,ପତଂଜଳି ନନ୍ଦ ଇତ୍ୟାଦି ବରିଷ୍ଠ ନେତା ଯୋଗ ଦେବା ସଙ୍ଗେ ସଙ୍ଗେ ପ୍ରାୟ 250 ରୁ ଅଧିକ କର୍ମୀ ଯୋଗ ଦେଇଥିଲେ ଉକ୍ତ ବୈଠକରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରଣନୀତି ବିଷୟ ରେ ଅଲୋଚନା କରିଥିଲେ ଏବଂ ମଣ୍ଡଳ ସଭାପତି ଙ୍କ ଦ୍ବାରା ପଞ୍ଚାୟତ ସ୍ତରୀୟ ବିଭିନ୍ନ ପ୍ରକାର ନୂତନ କାର୍ଯ୍ୟ କାରିଣୀ ମଣ୍ଡଳ କମିଟି ର ସଭ୍ୟ ମନୋନୀତ କରିବା ସହିତ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ଦାସ‌ ନୁତନ କମିଟି ର କାର୍ଯ୍ୟ କର୍ତା ମାନେ କିଭଳି ଭାବରେ ପରିଚାଳିତ ହେବେ ସେ ବିଷୟରେ ଅଲୋଚନା କରିଥିଲେ ଏବଂ ମୁଖ୍ୟ ବ୍ୟକ୍ତା ସଞ୍ଜୀବ ମହାନ୍ତି ଦଳକୁ କିଭଳି ଭାବରେ ସୁଦୃଢ କରାଯିବ ସେ ବିଷୟ ସହିତ ପଞ୍ଚାୟତ ନିର୍ବାଚନ ଆମର ସର୍ବପରୀ କହି ନିର୍ବାଚନ ରେ ସମସ୍ତେ କିପରି ଭାବରେ ନେତୃତ୍ବ ନେଇ ସମସ୍ତଙ୍କୁ କିଭଳି ଭାବରେ ଜୟଯୁକ୍ତ କରାଇବେ ସେ ବିଷୟ ରେ ଅଲୋଚନା କରିଥିଲେ |

ପରିଶେଷ ରେ ସଭାପତି ଙ୍କ ଦ୍ବାରା ଆମ ଅଂଚଳ ର ବିକାଶ ନିମନ୍ତେ ଏକ ଚିଠା ଯଥା ସ୍ଥାନୀୟ ଅଂଚଳ ରେ ବିଶ୍ରାମକକ୍ଷ, ଶୌଚାଳୟ,ଶବ ସଂସ୍କାର ଗୃହ,ଶିଶୁ ଉଦ୍ୟାନ,ଏକ ଗେଷ୍ଟ ହାଉସ୍ ଏବଂ ସାରସକଣା ଠାରେ ଏକ ପୋଲିସ ଫାଣ୍ଡି ନିର୍ମିତ ପ୍ରସ୍ତାବ କୁ ସମସ୍ତଙ୍କ ସମ୍ମତି କ୍ରମେ ଗୃହିତ ହୋଇ ଏ ବାବଦ ରେ ଏକ ଚିଠା ପ୍ରସ୍ତୁତ କରି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ପଠାଇବା ର ପ୍ରସ୍ତାବ ନିଆ ଯାଇ ସଭାପତି ଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଜାତୀୟ ସଂଗୀତ ଗାଇ ସଭା କାର୍ଯ୍ୟ ବନ୍ଦ କରିଥିଲେ |

ମୟୁରଭଂଜ ଜିଲ୍ଲା ଇପିଏ ରୁମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.