ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବହଳଦା ଓ ତିରିଂ ବିଡଓ’ଙ୍କୁ ଦାବିପତ୍ର ପ୍ରଦାନ

0 4

ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକ ଓ ତିରିଂ ବ୍ଲକ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ତିରିଂ ବ୍ଲକ ସଭାପତି ଅରୁଣ କୁମାର ଦତ୍ତ ଓ ବହଳଦା ବ୍ଲକ ସଂପାଦିକା ମମତା ବେହେରା’ଙ୍କ ନେତୃତ୍ବରେ ରାଜ୍ୟର ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ଦ୍ବାରା ଗଠିତ ଅଣସଂଗଠିତ ଶ୍ରମିକ ସାମାଜିକ ବୋର୍ଡ କୁ ଯଥେଷ୍ଠ ସରକାରୀ ପାଣ୍ଠି ଯୋଗାଇ ଦିଆଯିବା ଏବଂ ସମସ୍ତ ଶ୍ରମିକ ମାନଙ୍କ ଚିକିତ୍ସା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଆୟୁଷ୍ମାନ ଯୋଜନା ଅନୁସାରେ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବା। ପ୍ରବାସୀ ଶ୍ରମିକ ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟର ସମସ୍ତ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ ସହ ରେସନ କାର୍ଡ ଯୋଗାଇ ଦିଆଯିବା। ସମସ୍ତ ଆଶା ଓ ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ସରକାରୀ ଚାକିରୀ ମାନ୍ୟତା ପ୍ରଦାନ କରାଯିବା। ରାଜ୍ୟର ଶ୍ରମ ବିଭାଗରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ସହିତ ନୂତନ ନିଯୁକ୍ତି ଦିଆଯିବା ଇତ୍ୟାଦି ଦାବି ସମ୍ବଳିତ ଦାବିପତ୍ର ତିରିଂ’ବ୍ଲକ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ ଓ ବହଳଦା ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ନାୟକ’ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ’ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି। ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଥିବା ଭାରତୀୟ ମଜଦୁର ସଂଘ ଓଡିଶା ପ୍ରଦେଶର ୧୬’ ତମ ତ୍ରୟ ବାର୍ଷିକ ଅଧିବେଶନରେ ରାଜ୍ୟର ଭିଭିନ୍ନ ସ୍ଥାନରେ କାର୍ଯ୍ୟରତ କୃଷି ଶ୍ରମିକ, ବିଡି ଶ୍ରମିକ, ନିର୍ମାଣ ଶ୍ରମିକ, ଅଙ୍ଗନଓ୍ବାଡି କର୍ମଚାରୀ, ଆଶା କର୍ମଚାରୀ, ମୋଟରଯାନ ଚାଳକ, କୋଠାବାଡି, ଘରୋଇ ସେବକ/ସେବିକା, ଠିକା କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ତ ଅସଂଗଠିତ କ୍ଷେତ୍ରର ଲକ୍ଷଲକ୍ଷ ଶ୍ରମିକ ମାନେ ସମ୍ମୁଖିନ ହେଉଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ସଦ୍ୟସ୍ୟ ମାନେ ଆଲୋଚନା କରି ନିର୍ମାଣ ଶ୍ରମିକ ମାନଙ୍କ ପରି ସମସ୍ତ ଅଣସଂଗଠିତ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯିବାର ନିଷ୍ପତ୍ତି ନିଆଯାଇ ଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଲାଖିଆ ଟୁଡୁ, ଗୁରୁଚରଣ ପାତ୍ର, ରାଧେଶ୍ୟାମ ପାତ୍ର, ପଙ୍କଜିନୀ ମଣ୍ଡଳ, ଲକ୍ଷ୍ମୀପ୍ରିୟା ଲେଙ୍କା, ଆଲୋଚନା ସାହୁ, କନକଲତା ମହାନ୍ତ, ହିରାମଣୀ ହାଁସଦାଃ, ବିଷ୍ଣୁପ୍ରିୟା ମହାନ୍ତ, ରାନୀ ଟୁଡୁ ପ୍ରମୁଖ’ଙ୍କ ସମେତ ବହୁ ଅଙ୍ଗନଓ୍ବାଡି କର୍ମି ଓ ଆଶାକର୍ମୀ ଉପସ୍ଥିତ ରହିଥିଲେ।

ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.