ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାପର୍ବ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷାପର୍ବ-୨୦୨୧ ୱେବିନାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଞ୍ଚଳିକ କାର୍ଯ୍ୟାଳୟ ଭୂବନେଶ୍ବର ଆନୁକୂଲ୍ୟରେ ଏହାର ଅଧୀନସ୍ଥ ସମସ୍ତ ବିଦ୍ୟାଳୟରେ ଅବସ୍ଥାପିତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଯୋଗଦେଇଛନ୍ତି । ଏହି ୱେବିନାର ମାଧ୍ୟମ କାର୍ଯ୍ୟକ୍ରମ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନୂତନ ଶିକ୍ଷାନୀତି ସହିତ ଶିକ୍ଷକ, ଅଭିଭାବକ, ଶିକ୍ଷାବିତ ଓ ଅନ୍ୟ ସମସ୍ତଙ୍କୃ ଅବଗତ କରାଇବା ର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )


