ଭିଜିଲାନସ ଜାଲରେ ଆଗଲପୁର ବ୍ଲକର ସେକସନ ଅଫିସର

0 55

ଆୟବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜଲାନ୍ସ ଚଢାଉ। ଆଗଲପୁର ବ୍ଲକ ସେକ୍ସନ ଅଫିସର ପ୍ରଫୁଲ୍ଲ ସା ଘରେ ଭିଜିଲାନ୍ସ ଚଢାଉ କରୁଛି। ବଲାଙ୍ଗିର ଗାନ୍ଧିନଗରପଡା,ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ୟାଳୟରେ ଏକକାଳିନି ତିନିଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ। ନଗଦ ୧୬ ହଜାର ୩୩୦ ଟଙ୍କା ଓ କିଛି ସୁନା ଅଲଙ୍କାର ଭିଜିଲାନ୍ସ ଠାବ କରିଛି। ସେକ୍ସନ ଅଫିସର ପ୍ରଫୁଲ୍ଲ ସା ଆୟବର୍ହିଭୂତ ସମ୍ପତ୍ତି ଠୁଲ କରିଥିବା ନେଇ ଭିଜଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଚଢାଉରେ ସମ୍ବଲପୁର ବରଗଡ ବଲାଙ୍ଗିର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି।

ବଲାଙ୍ଗୀର ଈପିଏ ରୁ ଅଞ୍ଜୁ ପୃଷ୍ଟି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.