ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

0 2
ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା

ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି। ଏହି ସମୟ ରେ ତହସିଲଦାର ରାମ ଚନ୍ଦ୍ର ଜେନା ଙ୍କ ଠାରୁ ଭିଜିଲାନ୍ସ 4ଲକ୍ଷ 65 ହଜାର ଟଙ୍କା ନଗଦ ଟଙ୍କା ଉଧାର କରିଥିବା ବେଳେ ଏହାର ପ୍ରକୃତ ହିସାବ ସେ ଭିଜିଲାନ୍ସ ଟିମ କୁ ଦେଇ ପାରି ନାହାନ୍ତି । ପରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇ ୫୦ ହଜାର ଟଙ୍କା ଜବତ କରାଯାଇଛି ।

ସେହିପରି କଟକ ସିଡିଏ ରେ ଥିବା ତାଙ୍କ ବାସ ଭବନ , କେନ୍ଦ୍ରାପଡା ଗରଦ ପୁର ର ଧାନମଣ୍ଡଳ ରେ ଥିବା ତାଙ୍କ ପୈତୃକ ଗୃହ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।

ପୁରୀ ଜିଲା ଇପିଏ ରୁ ବ୍ରହ୍ମାନନ୍ଦ ସ୍ୱାଇଁ ଓ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.