ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ସମରେନ୍ଦ୍ର ସାମଲ
ଭିଜିଲାନ୍ସ ସ୍କାନର ଜାଲରେ ପୋଲିସ ସବ୍ ଇନିସ୍ପେକ୍ଟର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ କରିଛି । ଏକକାଳୀନ ୭ ଟି ସ୍ଥାନରେ ଭିଜିଲାନ୍ସ ର ଏହି ରେଡ଼ ଜାରି ରହିଛି । ସର୍ବମୋଟ ୮ଗୋଟି ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ରେଡ଼ରେ ସାମିଲ ରହିଛନ୍ତି । ଯେଉଁ ମାନଙ୍କ ଭିତରେ ୩ ଜଣ ଡିଏସପି ଓ ୯ ଜଣ ଆଇଆଇସିଙ୍କ ସମେତ ୩୫ ଜଣ କର୍ମଚାରୀ ରହିଛନ୍ତି । ଚଢ଼ାଉ ସମୟରେ ଢେଙ୍କାନାଳ ଟାଉନରେ ଏକ ଦୁଇ ମହଲା କୋଠା ,କେନ୍ଦୁପଡ଼ା ସ୍ଥିତ ଗୋଟିଏ ଫାର୍ମ ହାଉସ ଠାବ ହୋଇଛି । ସମରେନ୍ଦ୍ରଙ୍କ ନିଜ ଘର ଗଁନ୍ଦିଆ ବ୍ଲକ କେନ୍ଦୁପଡ଼ା ସ୍ଥିତ ବାସଭବନ ,ଢେଙ୍କାନାଳ ଘର ଓ ଫାର୍ମ ହାଉସ ,ମହାବିରୋଡ଼ ଫାଣ୍ଡି ,କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ଶ୍ବଶୁର ଘରେ ରେଡ଼ ଜାରି ରହିଛି । ରେଡ଼ ସମୟରେ ପ୍ରାୟ ୩ଶହ ୭୫ ଗ୍ରାମ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କା ,ଗୋଟିଏ ଦାମୀ କାର ,ଗୋଟିଏ ବୁଲେଟ ,କିଛି ଜମି ପଟା ,ବ୍ୟାଙ୍କ ପାସବୁକ ,ଏଟିଏମ ଓ ଇନ୍ସୁରାନ୍ସ ପେପର ଜବତ ହୋଇସାରିଛି । ଏ ନେଇ ଉଭୟ ଢେଙ୍କାନାଳ ଓ କଟକର ଭିଜିଲାନ୍ସ ଟିମର ମିଳିତ ଚଢ଼ାଉ ଜାରି ରହିଛି ।
ଢେଙ୍କାନାଳ ଜିଲ୍ଲା ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )