ଭିଜିଲାନ୍ସ ଜାଲ ରେ ସୋନପୁର ଉପ ଜିଲ୍ଲାପାଳ କଂ ମୁଖ୍ୟ କିରାଣୀ

0 5

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ନାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ବଲାଙ୍ଗୀର,ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ ଜାରି ରଖିଛି। ରମେଶ ଚନ୍ଦ୍ର ନାଗ, ସୋନପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି। ଏକ କାଳୀନ ଭାବେ ତାଙ୍କର ବଲାଙ୍ଗୀର ସ୍ଥିତ ତାଲପାଲି ପଡା ପୌତୃକ ଘରେ, ସାନ୍ତିପଡା ସ୍ଥିତ ବାସଭବନରେ ଚଢ଼ାଉ ରଖିଛି ଭିଜିଲାନ୍ସ ଟିମ।

ସୋନପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢ଼ାଉ ଜାରି ରଖିଛି। ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ଘର ନଥିପତ୍ର, ଅଫିସ ନଥିପତ୍ର, ଟଙ୍କା ଓ ସୁନା ଗହଣାର ଆକଳନ କରୁଛି ଭିଜିଲାନ୍ସ ଟିମ।

ବଲାଙ୍ଗୀର ରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.