ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା: ୨୩ରେ ଥାନା ଘେରିବ ଦଳିତ ସଂଘ

0 10

ପାଣିକୋଇଲି:ପାଣିକୋଇଲି ଥାନା କରଦା ପଞ୍ଚାୟତରେ ଗତମାସ ୨୭ ତାରିଖରେ ଭକଣ୍ତାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି। ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆସନ୍ତା ୨୩ ତାରିଖରେ ଥାନା ଘେରାଉ କରିବା ପାଇଁ ଦଳିତ ସଂଘ ଚେତାବନୀ ଦେଇଛି। ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବ‌େଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ।କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ। ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ପାଣିକୋଇଲି ଥାନାରେ ଏତଲା ଦେଇଥିଲେ ମଧ୍ୟ ଘଟଣାର ସମାଧାନ କରିବାକୁ ପୁଲିସ ତାଙ୍କ ଉପରେ ଚାପ ପକାଇଥିଲା। ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଏନେଇ ସୁବାସ ଅଭିଯୋଗ କରିବା ପରେ ପୁଲିସ ନଂ.୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା। ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିଲା। ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରୁଥିବା ଡିଏସପି ମମତା ସାହୁ ପକ୍ଷପାତିତା କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଫଳରେ ଗତ ୧୫ ତାରିଖରେ ଜିଲ୍ଲା ଦଳିତ ସଂଘ ।

ପାଣିକୋଇଲି ଇପିଏରୁ ବଦ୍ରିନାରାୟଣ ପତ୍ରୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.