ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ -୨୦୧୬ ଓ ବିଭିନ୍ନ ଯୋଜନା ସମ୍ବଧରେ ସଚେତନତା ଶିବିର

0 14

ଖୋର୍ଦ୍ଧା : ଭିନ୍ନକ୍ଷମ ମାନଙ୍କର ଅଧିକାର ଓ ଅଧିନିୟମ -୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନତା ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ସୁଲଚନା ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ର ଅଧିକାର ଓ ଅଧିନିୟମ ସମ୍ପର୍କରେ ଆଲୋକପାତ କରିଥିଲେ।ଭିନ୍ନକ୍ଷମ ମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ ନିୟମ ଓ ବ୍ୟବସ୍ଥା କରାଯାଇଛି।ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ପ୍ରତି ସହାନୁଭୂତି ଶିଳ ହେବ ଏବଂ ସେମାନଙ୍କୁ ସହଯୋଗ କରିବାକୁ ସେ କହିଥିଲେ।ଭିନ୍ନକ୍ଷମ ଅଧିନିୟମ -୨୦୧୬ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଆଇନଗତ ବ୍ୟବସ୍ଥା ବିଷୟରେ କହିଥିଲେ।ଭିନ୍ନକ୍ଷମ ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି।ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ଅଛି।ସେମାନଙ୍କୁ ସହଯୋଗ କଲେ ସେମାନେ ଆଗେଇ ଯିବେ। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଭିନ୍ନକ୍ଷମ ମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ।ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ବ୍ଲକ୍ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜନ କରାଯିବ।ଭିନ୍ନକ୍ଷମ ହିତାଧିକାରୀ ଚିହ୍ନଟ କରି ଆବଶ୍ୟକ ପରିଚୟ ପତ୍ର ଦିଆଯିବ।ଭିନ୍ନକ୍ଷମ ମାନଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ଓ ସହାନୁଭୂତି ମନୋଭାବ ରଖିବାକୁ ସେ କହିଥିଲେ।ସର୍ବ ସାଧାରଣ ସ୍ଥାନକୁ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଯାଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ।ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଯଥା ସମୟରେ କୋଭିଡ୍ ଟିକା ଦେବା ପାଇଁ ସେ ଗୁରୁତ୍ବ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ସ୍ବାଗତ ଭାଷଣ ଦେବା ସହ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ଭିନ୍ନକ୍ଷମ ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁଯୋଗ ଦେବା ପାଇଁ କହିଥିଲେ।ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ଦାସ କୋଭିଡ୍ ଟୀକାକରଣ ସମ୍ପର୍କରେ କହିଥିଲେ ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମଲ୍ଲିକ ମଧୁବାବୁ ପେନସନ ଯୋଜନା ,ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବିଧା ଓ ସରକାରଙ୍କ ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ କହିଥିଲେ।ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି,ଉପଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ବିଭିନ୍ନ ବ୍ଲକ୍ ର ବି. ଡି. ଓ ଏବଂ ତହସିଲଦାର ,ବିଭିନ୍ନ ବିଭାଗର ଅଧିକାରୀ,ଏନ୍. ଜି. ଓ , ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ଓ ଉପକରଣ ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.